ଏମିତି ନିଅନ୍ତୁ କେଶର ଯତ୍ନ
ଏପଟେ ଚାଲିଛି ଲକଡାଉନ । ଆଉ ସେପଟେ ଗ୍ରୀଷ୍ମ ପ୍ରବାହ । ତଥାପି ପାର୍ଲର ବିଷୟରେ ଭାବିବା ମନା । ତେଣୁ ପ୍ରାୟ ମହିଳା ଏବେ କେଶକୁ ନେଇ ଖୁବ ଚିନ୍ତାରେ ରହିଥିବେ । ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ବରଂ ଘରୋଇ ଭାବେ କେଶର ଯତ୍ନ ନିଅନ୍ତୁ । କମ ଖର୍ଚ୍ଚ ସାଙ୍ଗକୁ ପ୍ରାକୃତିକ ଉପାୟରେ ବି ଯତ୍ନ ନେଇପାରିପେ କେଶର ।
କେଶକୁ ସଫା ରଖନ୍ତୁ: ଅନ୍ୟ ଦିନ ମାନଙ୍କ ଅପେକ୍ଷା ଖରା ଦିନେ କେଶ ମୂଳକୁ ଝାଳରୁ ରକ୍ଷା କରିବା ପାଇଁ ଅଧିକ ଥର ସଫା କରିବା ବହୁତ ଜରୁରୀ ।
ସାମ୍ପୋ ପରିବର୍ତ୍ତେ ମେଥି: କେଶକୁ ସଫା କରିବା ପାଇଁ ସାମ୍ପୋ ପରିବର୍ତ୍ତେ ମେଥିକୁ ବାଟି ଲଗାଇପାରିବେ । ଫଳରେ କେଶ ଝଡ଼ିବା କମ ହୋଇଥାଏ । ମେଥି ବାଟିବା ସମୟରେ ଏଥିରେ ପିଆଜ ଓ ଭୁର୍ଷୁଙ୍ଗା ପତ୍ର ପକାଇପାରିବେ ।
ତେଲ ନିଶ୍ଚୟ ଲଗାନ୍ତୁ: ବିଶେଷ କରି ଖରାଦିନେ ହାଲକା ତେଲ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ନିୟମିତ ନ ହେଲେ ବି କେଶ ସଫା କରିବା ପୂର୍ବଦିନ ନିଶ୍ଚୟ ତେଲ ଲଗାନ୍ତୁ । ତେଲ ଲଗାଇବା ସମୟରେ ମୂଳରେ ତେଲ ଲଗାନ୍ତୁ । କେଶ ମୂଳ ମଜଭୁତ ହେବ ।
ରାତିରେ ନିଦ ବହୁତ ଜରୁରି: ରାତିରେ ନିଦ ନ ହେବା ମଧ୍ୟ କେଶ ଝଡ଼ିବାର ଅନ୍ୟତମ କାରଣ ହୋଇପାରେ । ତେଣୁ ଯଥାସମ୍ଭବ ରାତିରେ ଭଲ ନିଦ୍ରାରେ ଶୋଇବାକୁ ଚେଷ୍ଟା କରନ୍ତୁ ।


