ବିନା ଫଳକରେ ନିର୍ମାଣ ହୋଇଛି ନିମ୍ନ ମାନର କାମ ଚୁପ ବସିଛି ପ୍ରଶାସନ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ରାଜ୍ୟ ଓ କେନ୍ଦ୍ର ସରକାର ମିଳିତରେ ପଂଚାୟତ ଗୁଡିକର ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ଚାଲିଛନ୍ତି । ନୂତନ କୋଠା ନିର୍ମାଣ, ପଂଚାୟତ ଗୃହ ନିର୍ମାଣ, ରାସ୍ତା ନିର୍ମାଣ ଜନସାଧାରଣ ପାଇଂ ସୁଦ୍ଧ ପାନୀୟ ଜଳ ଯୋଗାଇବା ଏପରି ବିଭିନ୍ନ ଦିଗରେ ବହୁ ଟଙ୍କା ଖର୍ଚ୍ଚ କରାଯାଉଛି ଓ ସେଗୁଡିକର ଖର୍ଚ୍ଚ ମୁଲ୍ୟ ଓ କାମର ନାମ ଦେଇ ଫଳକ ଲଗାଯାଇଥାଏ । କିନ୍ତୁ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନା ଅଛି ଫଳକ ନା ଲେଖାହୋଇଛି ଅଟକଳ ମୁଲ୍ୟ । ମୋହନା ବ୍ଳକରୁ ମାତ୍ର ୫ କିମି ଦୂରରେ ଅବସ୍ଥିତ ନୂତନ ପଂଚାୟତ ଲିଲିଗଡ । ଏଠି ନିର୍ମାଣ ହେଉଛି ନୂତନ ପଂଚାୟତ କାର୍ଯ୍ୟାଳୟ । କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ ଠାରୁ ତିନି ତିନିଟି ଯନ୍ତ୍ରୀ ଅଦଳ ବଦଳ ହୋଇସାରିଲେଣି ବର୍ତମାନ ଏଠିକାର ଯନ୍ତ୍ରୀ ସୁଶାନ୍ତ ଦାସ ଅଛନ୍ତି ବର୍ତମାନ ଦାୟିତ୍ୱରେ । ଏହି ଗୃହ ନିର୍ମାଣରେ ବର୍ଷାହେଲେ ଛାତ ଉପର ପଟେ ପାଣି ଗଳିବା ସହ ପାଣି ଜମି ରହୁଛି । ଏବଂ କିଛି ଜାଗାରେ ଲୁହାଛଡ ଦୁଶୁଥିବା, ନିମ୍ନ ମାନର କାମ ନିର୍ମାଣ ହେଉଛି । ଏଥିପ୍ରତି କୌଣସି ଯନ୍ତ୍ରୀ ବିନା ଉପସ୍ଥିତିରେ ଛାତ ପଡିବା, ଫଳକ ନଲଗାଇ କାମ କରିବା କେତେ ଦୂର ଠିକ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ