ଓଡ଼ିଶାରେ ୯ଟି ଷ୍ଟେସନକୁ କୋଭିଡ ଯତ୍ନ କେନ୍ଦ୍ର ଭାବେ ପ୍ରସ୍ତୁତ ରଖିଲା ରେଳପଥ

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୨୩୧ଟି କୋଚକୁ କୋଭିଡ ଯତ୍ନ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି। ଅତି ସାଧାରଣ କୋଭିଡ ସଂକ୍ରମଣ ମାମଲାଗୁଡ଼ିକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁଯାୟୀ ଚିକିତ୍ସା ପାଇଁ ଏଗୁଡ଼ିକୁ କୋଭିଡ-୧୯ ଯତ୍ନ କେନ୍ଦ୍ରରେ ଉପଯୋଗ କରାଯାଇପାରିବ। ଏହି କୋଚଗୁଡ଼ିକୁ ସେହିପରି କ୍ଷେତ୍ରରେ ଉପଯୋଗ କରାଯାଇପାରିବ ଯେଉଁ ରାଜ୍ୟଗୁଡ଼ିକର ସୁବିଧା ଦୁର୍ବଳ ରହିଛି ତଥା କୋଭିଡ ସନ୍ଦିଗ୍ଧ ଓ ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖିବା ନିମନ୍ତେ କ୍ଷମତା ବଢ଼ାଇବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଦିଶାନିର୍ଦ୍ଦେଶର ରହିଛି । କୋଭିଡ-୧୯ ବିରୋଧୀ ଲଢ଼େଇ ଜାରି ରଖି ଭାରତୀୟ ରେଳପଥ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଯତ୍ନ ପ୍ରୟାସରେ ସହାୟତା ଯୋଗାଇ ଦେବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରୁଛି। ଭାରତୀୟ ରେଳ ନିଜର ୫୨୩୧ କୋଭିଡ ଯତ୍ନ କେନ୍ଦ୍ର ରାଜ୍ୟଗୁଡ଼ିକୁ ପ୍ରଦାନ କରାଯିବା ନିମନ୍ତେ ପ୍ରସ୍ତୁତ କରାଯାଇସାରିଛି । ରେଳବାଇ ଜୋନଗୁଡ଼ିକ ଏହିସବୁ କୋଚକୁ ସଙ୍ଗରୋଧ ସୁବିଧା ପ୍ରଦାନ ଲାଗି ରୂପାନ୍ତରିତ କରି ଦେଇଛନ୍ତି । ୨୧୫ଟି ଷ୍ଟେସନ ମଧ୍ୟରୁ ୮୫ଟି ଷ୍ଟେସନରେ ରେଳପଥ ପକ୍ଷରୁ ସ୍ୱାସ୍ଥ୍ୟ ଯତ୍ନ ସୁବିଧା ପ୍ରଦାନ କରାଯିବ। ବାକି ୧୩୦ ଷ୍ଟେସନରେ ରାଜ୍ୟଗୁଡ଼ିକ କର୍ମଚାରୀ ଏବଂ ଔଷଧ ଯୋଗାଇବା ନିମନ୍ତେ ସହମତ ହେଲେ କୋଭିଡ ଯତ୍ନ କୋଚର ସୁବିଧା ନେବା ପାଇଁ ପ୍ରସ୍ତାବ ଦେଇପାରିବେ। ସେହିପରି ପାଣି ଓ ଚାର୍ଜିଂ ସୁବିଧା ସହିତ ୧୫୮ଟି ଷ୍ଟେସନ ଏବଂ କେବଳ ପାଣି ସୁବିଧା ସହିତ ୫୮ଟି ଷ୍ଟେସନକୁ ପାଣି ସୁବିଧା ସହିତ ପ୍ରସ୍ତୁତ ରଖାଯାଇଛି। (ତାଲିକା ନିମ୍ନରେ ସଂଲଗ୍ନ ରହିଛି) ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଦୁଇଟି ଷ୍ଟେସନ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, କୋରାପୁଟ, ରାୟଗଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଜଙ୍କସନ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଜଙ୍କସନକୁ ବିଦ୍ୟୁତ ଓ ଜଳଯୋଗାଣ ସହିତ ପ୍ରସ୍ତୁତ ରଖାଯାଇଛି। ସେହିପରି ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଜଙ୍କସନକୁ କେବଳ ପାଣି ସୁବିଧା ସହିତ ପ୍ରସ୍ତୁତ ରଖାଯାଇଛି। ଏହି କୋଭିଡ ଯତ୍ନ କେନ୍ଦ୍ରଗୁଡ଼ିକ ବ୍ୟତୀତ, ଭାରତୀୟ ରେଳ କୋଭିଡ-୧୯ ସମସ୍ୟାର ମୁକାବିଲା ନିମନ୍ତେ ୨୫୦୦ରୁ ଅଧିକ ଡାକ୍ତର ଏବଂ ୩୫ ହଜାରରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବ। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ବିଭିନ୍ନ ଜୋନ ପକ୍ଷରୁ ଅସ୍ଥାୟୀ ଆଧାରରେ କରାଯାଉଛି । ୧୭ଟି ସମର୍ପିତ ଡାକ୍ତରଖାନାରେ ପାଖାପାଖି ୫ ହଜାର ଶଯ୍ୟା ଏବଂ ରେଳପଥ ଡାକ୍ତରଖାନାରେ ୩୩ଟି ହସ୍ପିଟାଲ ବ୍ଲକକୁ କୋଭିଡ-୧୯ ରୋଗୀଙ୍କ ଉପଚାର ନିମନ୍ତେ ଚିହ୍ନଟ କରାଯାଇଛି, ଏଗୁଡ଼ିକ ଯେକୌଣସି ଜରୁରି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁରୂପ, ରାଜ୍ୟ ସରକାର ରେଳପଥକୁ ପ୍ରସ୍ତାବ ପଠାଇବେ। ଏହା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏହି କୋଚ ଆବଣ୍ଟନ କରାଯିବ। ରେଳପଥ ପକ୍ଷରୁ ଆବଣ୍ଟନ କରାଯିବା ପରେ, ଟ୍ରେନରେ ଆବଶ୍ୟକ ଭିତ୍ତିଭୂମି ସହିତ ଯେଉଁ ଷ୍ଟେସନରେ ଆବଶ୍ୟକ ସେଠାରେ ଛିଡ଼ା କରି ଦିଆଯିବ। ଜିଲ୍ଲାପାଳ/ମାଜିଷ୍ଟ୍ରେଟ କିମ୍ବା ଅନ୍ୟ କୌଣସି କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଟ୍ରେନ ଯେଉଁଠି ଛିଡ଼ା ହେବ ସେଠାରେ ପାଣି, ବିଦ୍ୟୁତ, ଆବଶ୍ୟକ ମରାମତି, କ୍ୟାଟରିଂ ବ୍ୟବସ୍ଥା ଏବଂ ସୁରକ୍ଷା ଆବଶ୍ୟକତା ଭାରତୀୟ ରେଳପଥ ପକ୍ଷରୁ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ