ସ୍ମାର୍ଟ ତାଲା

ସ୍ମାର୍ଟ କବାଟ, ସ୍ମାର୍ଟ ଘଣ୍ଟା ଓ ସ୍ମାର୍ଟ ତକିଆ ଆମେ ଜାଣିଛେ । ଏବେ ବୈଜ୍ଞାନିକମାନେ ସ୍ମାର୍ଟ ତାଲା ବାହାର କରିଛନ୍ତି । ଏହା ଏବେ ବଜାରରେ ଉପଲବ୍ଧ ହେଲାଣି । ଏହି ତାଲାରେ ଫିଙ୍ଗରପ୍ରିଣ୍ଟ୍ ସ୍କାନର୍ ରହିଛି । ଯାହାକି ସ୍ମାର୍ଟଫୋନରେ ଥିବା ଫିଙ୍ଗରପ୍ରିଣ୍ଟ ସ୍କାନରର କାମ କରେ । ଏଥିରେ ଫିଙ୍ଗରପ୍ରିଣ୍ଟ ଦିଆଯାଇଥାଏ । ଏଥିରେ ଅଙ୍ଗୁଳି ସ୍ପର୍ଶ କଲେ ଆପେ ଆପେ ତାଲା ଖୋଲିଯିବ । ଏଥିରେ ବ୍ୟାଟେରି ଥିବାବେଳେ ରିଚାର୍ଜ ମଧ୍ୟ କରିହେବ । ଏହି ତାଲାକୁ ଆପ୍ ସାହାଯ୍ୟରେ ଅପଡେଟ୍ ମଧ୍ୟ କରାଯାଇପାରିବ । ଏହି ସ୍ମାର୍ଟ ତାଲାଟିରେ ୱାଟରପ୍ରୁପ୍ ଓ ବ୍ୟାକ୍ ଅପ୍ ରିଚାର୍ଜ ରହିଛି । ଯାହାକି ଏହି ଚାର୍ଜକୁ ୩ ରୁ ୪ ଦିନ ପର୍ଯ୍ୟନ୍ତ ରଖିହେବ । ଏହି ସ୍ମାର୍ଟ ତାଲାକୁ ଘରେ, ଅଫିସ, ଦୋକାନ ଆଦିରେ ବ୍ୟବହାର କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ