ବିଭିନ୍ନ ସ୍ଥାନରେ ଅବକାରୀ ଧରପଗଡ ୭ ଗିରଫ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗଂଜାମ ଅବକାରୀ ଅଧିକ୍ଷୀକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ପ୍ରତ୍ୟକ୍ଷତତ୍ତ୍ୱାବଧାନରେ ଗଂଜାମ ଅବକାରୀ ଉପଅଧୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଶୁକ୍ରବାର ଗଂଜାମ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୩୮୫.୫ ଲିଟର ଭାଟିରନ୍ଧା ମଦ, ୫.୨୫୦ ଲିଟର ମହୁଲି ମଦ ସହ ୨ ଟି ବାଇକ୍ ଜବତ ହୋଇଛି । ଖଲ୍ଲିକୋଟ,ରମ୍ଭା, ପୁରୁଷୋତ୍ତମପୁର, ହିଞ୍ଜିଳି ଓ ସୋରଡା ଅବକାରୀ କର୍ମଚାରୀ ପ୍ରମୁଖ ଏହି ଚଢଉରେ ସାମିଲ ଥିଲେ ବୋଲି ଗଂଜାମ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।


