ନିଆଁ ଲାଗି ୨ବଖରା ବାସ ଗୃହ ଭସ୍ମ

ନାଉଗାଁ, (ଓ୍ବାଇଏନ୍ଏସ୍) : ତସହିଲ ଅନ୍ତର୍ଗତ ତିରୁଣା ପଂଚାୟତର ଆଶିଷ ପରିଡାଙ୍କ ୨ ବଖରା ଚାଳ ଛପର ବାସଗୃହ ଗୁରୁବାର ରାତିରେ ପୋଡି ଭସ୍ମ ହୋଇଯାଇଛି । ପ୍ରକାଶଙ୍କ ପରିବାର ଘରେ ଥିବା ସମୟରେ ହାଠତ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ପ୍ରକାଶଙ୍କ ପରିବାର ସହିତ ଗାଁ ଲୋକ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରି ପାରି ନଥିଲେ । ଫଳରେ ନାଉଗାଁ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ସୂଚନା ପାଇଁ ଘଟଣାସ୍ଥଳରେ ପହଁଚିଲା ବେଳକୁ ୨ ବଖରା ଗୃହ ପୋଡି ପାଉଁଶ ହୋଇଯାଇଥିଲା । ଏହି ନିଆଁରେ ଘରେ ଥିବା ସମସ୍ତ ଆସବାବ ପତ୍ର ,ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସମେତ ଟଙ୍କା, ମୁଗ , ବିରି, ଧାନ ଆଦି ଫୋଡି ଯାଇଥିବା ବେଳେ ଯାହାର ମୁଲ୍ୟ ଆନୁମାନିକ ୫୦ ହଜାରରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ନାଉଗାଁ ତହସିଲର ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ରାଜସ୍ୱ ନିରୀକ୍ଷକଙ୍କ ସୁପରଭାଇଜର ବସନ୍ତ କୁମାର ଦାସ, ଡେରିକି ସର୍କଲ ରାଜସ୍ୱ ନିରୀକ୍ଷକ ବିଶ୍ୱଭୂଷଣ ମହାପାତ୍ର ପ୍ରମୂଖ ଘଟଣାସ୍ଥଳରେ ପହଁଚି କ୍ଷୟକ୍ଷତି ଆକଳନ କରିବା ସହିତ ପଲିଥିନି ଯୋଗାଇ ଦେଇଥିବା ଜଣାଯାଇଛି । ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ