ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ କଜଳା ମୁଣ୍ଡାବସ୍ତିରେ କରୋନା ସଚେତନତା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ): ଜିଲ୍ଲା ସଚେତନ ନାଗରିକ ମଂଚ ପକ୍ଷରୁ କଜଳାସ୍ଥିତ ମୁଣ୍ଡାବସ୍ତିରେ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯିବା ସହ ମାସ୍କ,ଡେଟଲ ସାବୁନ ଓ ବିସ୍କୁଟ ବଂଟନ କରାଯାଇଛି । ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟତ୍ରୀଙ୍କ ପରାମର୍ଶକ୍ରମେ ମଂଚର ସଭାପତି ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବି ପ୍ରତାପ କୁମାର ମହାପାତ୍ର,ଶିକ୍ଷକନେତା ତଥା ମଂଚର ଉପଦେଷ୍ଟା ପ୍ରଣବ କୁମାର ଜେନା,ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସରୋଜିନି ସ୍ୱାଇଁ ଓ ସାବିତ୍ରୀ ସାମଲ,ମଣି ପ୍ରସାଦ ଭୂୟାଁ,ରମେଶ ଚନ୍ଦ୍ର ସାହୁ ଏବଂ ସମାଜସେବୀ ଅଭିମନ୍ୟୁ ରାଉତ ପ୍ରମୁଖ ବସ୍ତିର ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହ ମାସ୍କ,ସାବୁନ ଓ ବିସ୍କୁଟ ବଂଟନ କରିଥିଲେ । ଏଥିସହିତ ମଂଚ ପକ୍ଷରୁ କୋରୋ ପଂଚାୟତର କେତେକ ସ୍କୁଲର ପାଚିକାମାନଙ୍କୁ ହରଡଯାଇ ଓ ଅଟା ବଂଟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ