ବରିଷ୍ଠ ଆଇନଜୀବି ଅନଙ୍ଗ ସାହୁଙ୍କ ପରଲୋକ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାର କର୍ମଚାରୀ ସଙ୍ଘ ଏବଂ ରାଜ୍ୟ ପୈାର କର୍ମଚାରୀ ସଙ୍ଘର ପୂର୍ବତନ ସଭାପତି,ଭାରତୀୟ ମଜଦୁର ସଙ୍ଘର ପୂର୍ବତନ ରାଜ୍ୟ ସଭାପତି,ବିଜେପିର ପୂର୍ବତନ ଜାତୀୟ ପରିଷଦ ସଭ୍ୟ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ସଭାପତି,ବିଶିଷ୍ଟ ଶ୍ରମିକ ନେତା ତଥା ବରିଷ୍ଠ ଆଇନଜୀବି ଅନଙ୍ଗ କୁମାର ସାହୁଙ୍କ ୬୮ବର୍ଷ ବୟସରେ ଶନିବାର ସକାଳ ସାଢେ ୮ଟା ସମୟରେ ମଢିଆଳ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ପୁତ୍ର, ପୁତ୍ରବଧୁ, ଝିଅ ଓ ଜ୍ୱାଇଁଙ୍କ ସମେତ ପରିବାର ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବରପାଇ ଆର.ଏସ.ଏସ.ର ଜିଲ୍ଲା ସଙ୍ଘଚାଳକ ନିହାର ରଞ୍ଜନ ପଣ୍ଡା, ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁ, ମହମ୍ମଦ ଆକବର ଅଲ୍ଲୀ, ବିଜେପି ରାଜ୍ୟ ଉପସଭାପତି ଭୂବନମୋହନ ଜେନା, ବରିଷ୍ଠ ଆଇନଜୀବି ଅକ୍ଷୟ କୁମାର ମହାନ୍ତି, ସରୋଜରାଜ ସିଂ, ବୈଦ୍ୟନାଥ ଚାଟାର୍ଜୀ, ମନୋଜ ସାହୁ, ଦେବଦାସ ମହାନ୍ତି, ପ୍ରଦୀପ୍ତ ମହାପାତ୍ର, ସଞ୍ଜୟ ପତ୍ରୀ, ସଞ୍ଜୟ କୁମାର ଜେନା, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା,ପ୍ରଫୁଲ୍ଲ ସାହୁ,ସଚିଦାନନ୍ଦ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ପାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ସୂର୍ଗତ ସାହୁ ତାଙ୍କ ଛାତ୍ର ଜୀବନରୁ ରାଷ୍ଠ୍ରୀୟ ସ୍ୱୟଂ ସେବକ ସଙ୍ଘ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଜରୁରୀକାଳିନ ପରିସ୍ଥିତିରେ ଆଇନ ପ୍ରତିବାଦରେ ୬ମାସ କାରାବରଣ କରିଥିଲେ । ସେ ଶ୍ରମ ସଂଗଠନ ଓ ଆଇନ ବ୍ୟବସାୟରେ ନିଜର ଦକ୍ଷତା ପ୍ରତିବାଦନ କରିବା ସହ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ଅଗ୍ରଣୀ ଭୂମିକା ନେଇ ସୁନାମ ଅର୍ଜ୍ଜନ କରିଛନ୍ତି । ତାଙ୍କ ମର ଶରୀରକୁ ରଣପଡା ଶ୍ମସାନରେ ଅନ୍ତିମ ସଂସ୍କାର କରାଯିବା ସମୟରେ ପୁତ୍ର ଶାନ୍ତାକୁମାର ସାହୁ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ