କରୋନା ଯୋଦ୍ଧାରେ ଦମ୍ପତି ଓଏଏସ ସ୍ବାମୀ ଗଞ୍ଜାମ ରେ ଓ ଡିଏସପି ସ୍ତ୍ରୀ କେଉଁଝରରେ

ଗଞ୍ଜାମ,(ଓ୍ବାଇଏନ୍ଏସ୍):କରୋନା ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଏହାକୁ ମାତ ଦେବାପାଇଁ ସରକାର ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଦିନ ରାତି ଗୋଟେ କରିଦେଇଛନ୍ତି । ସେ ଡାକ୍ତର, ହୁଅନ୍ତୁ କି, ପୋଲିସ, ଅଙ୍ଗନବାଡ଼ି ଦିଦି ହୁଅନ୍ତୁ କି, ଆଶା କର୍ମୀ, କିମ୍ବା ପ୍ରଶାସନଅଧିକାରୀ । ସମସ୍ତେ ଗୋଟେ ଗୋଟେ ଯୋଦ୍ଧା ରୂପେ ଆଗେଇ ଆସିଛନ୍ତି ଏହାର ମୁକାବିଲା ପାଇଁ । ଏଥିରେ ବାଦ ପଡୁନାହାନ୍ତି ଦମ୍ପତି । ଯେକି ଘରଦ୍ୱାର ଛାଡି , ପରସ୍ପର ଠାରୁ ଦୀର୍ଘ ମାସ ହେବ ଦୁରେଇ ପରିବାରକୁ ପଛରେ ପକାଇ କର୍ତ୍ତବ୍ୟ କୁ ପ୍ରଥମ ଲକ୍ଷ୍ୟ ଭାବିନେଇଛନ୍ତି। ଏପରି ଏକ ଦମ୍ଫତ୍ତି ହେଉଛନ୍ତି ଓଏଏସ ଅଫିସର ଗଞ୍ଜାମ ଜିଲ୍ଲାର ରେ କାର୍ଯ୍ୟରତ ଥିବା ବେଳେ, ତାଙ୍କର ସ୍ତ୍ରୀ ପୋଲିସ ବିଭାଗ ରେ ଡିଏସପି ଭାବେ କେଉଁଝର ଜିଲ୍ଲାରେ କାର୍ଯ୍ୟରତ ।ଗଞ୍ଜାମ ଜିଲ୍ଲାର ଗଞ୍ଜାମ ଏନଏସି ରେ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ କାର୍ଯ୍ୟରତ ଓଏଏସ ଅଫିସର ପ୍ରଭୂକଲ୍ୟାଣ ଦାସ ଗତ ଛଅ ମାସ ତଳେ ଦାଇତ୍ଵ ନେଇଥିବା ବେଳେ ଉକ୍ତଦିନ ଠାରୁ ନିଜ ଘରକୁ ଯାଇନାହାନ୍ତି । ତାଙ୍କ ର ସ୍ତି ଇନ୍ଦୁରେଖା ପଶ୍ଚିମକବାଟ କେଉଁଝର ଜିଲ୍ଲାର କେଉଁଝର ସଦରରେ ପୋଲିସ ବିଭାଗ ରେ ଡିଏସପି ରୂପେ କାର୍ଯ୍ୟରତ । ଉଭେୟ କରୋନା ପାଇଁ ପରିବାର ନୁହେଁ କର୍ତ୍ତବ୍ୟ ଆଗଭାବି କାର୍ଯ୍ୟ କରିଚାଲିଛନ୍ତି । କାର୍ଯ୍ୟ ବ୍ୟସ୍ତତା ଭିତରେ ଦୀର୍ଘ ଛଅ ମାସ ଧରି ପରସ୍ପର କୁ ଭେଟିନାହାନ୍ତି । ଏପରିକି ଭଦ୍ରକ ଜିଲ୍ଲାର ରହିମପୁର ଗ୍ରାମରେ ବାପା , ମାଙ୍କୁ ବି ଭେଟିପାରିନାହାନ୍ତି ଉଭେୟ ଦମ୍ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ