ଘୋଷ ଯାତ୍ରା ପାଇଁ ପୁର୍ବତଟ ରେଲୱ ପକ୍ଷରୁ ଯାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ , (ଯୁଗାବ୍ଦ ନ୍ୟୁଜ) ପାଖେଇ ଆସୁଛି ଜଗନ୍ନାଥଙ୍କ ଘୋଷଯାତ୍ରା ।ଗମନାଗମନକୁ ସୁଗମ କରିବା ପାଇଁ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିଆଗରେ ରଖି ପୁର୍ବାଞ୍ଚଳ ରେଲୱେ ଖୋର୍ଦ୍ଦାରୋଡ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧାରୋଡ ଡି.ଆର.ଏମ ଶଶୀ କାନ୍ତ ସିଂ ସୂଚନା ଦେଇଛନ୍ତି ଯେ , ବିଶ୍ୱ ପ୍ରସିଦ୍ଧ ପୁରୀ ଘୋଷ ଯାତ୍ରା ପାଇଁ ଖୋର୍ଦ୍ଧାରୋଡ ଡିଭିଜନ ପକ୍ଷରୁ ପୁରୀକୁ ମହାପ୍ରଭୁଙ୍କ ଘୋଷଯାତ୍ରା ଅବସରରେ ୩୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ , ସେହିପରି ୫ତାରିଖରେ ୪୮ଟି ଟ୍ରେନ, ୧୦ତାରିଖ ସଂଦ୍ଧ୍ୟା ଦର୍ଶନ ପାଇଁ ୧୦ଟି ଟ୍ରେନ, ୧୨ ତାରିଖ ବାହୁଡା ଯାତ୍ରାରେ ୩୦ଟି ଟ୍ରେନ ଓ ସୁନାବେଶରେ ୨୮ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାର ସୁବନ୍ଦୋବସ୍ଥ କରାଯାଇଛି । ଏହିଭଳିଭାବେ ୧୯୨ଟି ଟ୍ରେନ ଯାତାୟତ କରିବ । ତା ସହିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ନୟାଗଡ ଟାଉନଗେ୍ଧସନ ଠାରୁ ଖୋର୍ଦ୍ଧାରୋଡ ମଧ୍ୟରେ ଘୋଷଯାତ୍ରା ଦିନ ୨୪ଟି ସ୍ୱତନ୍ତ୍ର ଟ୍ରେନ ଓ ସୁନାବେଶରେ ୨୪ଟି ଟ୍ରେନ ଚାଲିବାର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଜନସମାଗମକୁ ଆଖି ଆଗରେ ରଖି ଭୁବନେଶ୍ୱର ,କଟକ , ଖୋର୍ଦ୍ଧା , ବ୍ରହ୍ମପୁର , ବାଲୁଗାଁ , ପାରାଦ୍ୱୀପ , ଭଦ୍ରକ ଏହିପରିଭାବେ ବିଭିନ୍ନ ଷ୍ଟେସନରେ ୨୪ ଘଣ୍ଟିଆ ୬୦ଟି ଟିକେଟ କାଉଣ୍ଟର ଖୋଲାଯିବ । ଯଦି ଯାତ୍ରୀମାନଙ୍କର ଭିଡ ଅଧିକା ରହେ ତେବେ ତିନୋଟି ଏ.ଟି.ଭି.ଏମ ବା ଅଟୋମେଟିକ ଟିକେଟ ଭେଣ୍ଟିଗ ମେସିନର ବ୍ୟବସ୍ଥ୍ୟା କରାଯିବ । ଏବଂ ତଦନ୍ତ ସୁଚନାପାଇଁ ୪ଟି ଅତିରିକ୍ତ କାଉଣ୍ଟର ରହିବ ବୋଲି ସିଂ ସୁଟନା ଦେଇଛନ୍ତି ।