ଅବକାରୀ ଇନିସପେକ୍ଟରଙ୍କ ଅଫିସରୁ ମଦ ବାହାରିବା ଘଟଣା, ନିଲମ୍ବିତ ହେଲେ ଇନିସପେକ୍ଟର ପ୍ରଦୀପ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଅବକାରୀ ବିଭାଗ ଇନିସପେକ୍ଟରଙ୍କ ଅଫିସରୁ ମଦ ବାହାରିବା ଓ ସେ ଜବତ ମଦକୁ ବିକ୍ରୀ କରୁଥିବା ଅଭିଯୋଗରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୁପାରିଶ କ୍ରମେ ରାଜ୍ୟ ଅବକାରୀ କମିଶନର କେନ୍ଦ୍ରାପଡା ଅବକାରୀ ଇନିସପେକ୍ଟର ପ୍ରଦୀପ କୁମାର ସାହୁଙ୍କୁ ଶନିବାର ନିଲମ୍ବନ କରିଥିବା ସୂଚନା ମିଳିଛି । ଅଭିଯୋଗରୁ ପ୍ରକାଶ ଯେ ଗତ ୨ତାରିଖରେ ଏକ ଅଭିଯୋଗ ଭିତିରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ତହସିଲଦାର ଡଃ. ହେମଲତା ବାହାଲିଆ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅବକାରୀ ଇନିସପେକ୍ଟର ପ୍ରଦୀପ କୁମାର ସାହୁଙ୍କ କାର୍ଯ୍ୟାଳୟକୁ ତନଖି କରିଥିଲେ । ଇନିସପେକ୍ଟରଙ୍କ କାର୍ଯ୍ୟାଳୟ ଭିତରେ ଥିବା ଏକ ମଦ ପେଟିରୁ ରକଫର୍ଡ କ୍ଲାସିକ ହୁଇସ୍କି (୩୭୫ଏମଏଲର) ୪ଟି ବୋତଲ ଥିବାର ଦେଖିବାକୁ ମିଳିଥିଲା । ତହସିଲଦାରଙ୍କୁ ଇନିସକ୍କ୍‌ର ପ୍ରଦାନ କରିଥିବା ହିସାବ ଅନୁଯାଇ ଏକ ମଦ ଦୋକାନରୁ ୩୭ଟି ୩୭୫ଏମଏଲର ରକଫର୍ଡ କ୍ଲାସିକ ହୁଇସ୍କି ଜବତ କରାଯାଇଥିଲା । ସେଥିରୁ ୪ଟି ଏହି ରୁମରେ ଥିବା ବେଳେ ଅନ୍ୟ ରୁମରେ ଆଉ ୩୩ଟି ସେହି ବ୍ରାଣ୍ଡର ମଦ ରହିଛି ବୋଲି ଶ୍ରୀ ସାହୁ କହିଥିଲେ । କିନ୍ତୁ ଅନ୍ୟ ଏକ ପୁରୁଷ ହାଜତ ଲେଖାଥିବା ରୁମରୁ ଏକ ଖୋଲାପେଟିରେ ଥିବା ୧୩ଟି ସେହି ବ୍ରାଣ୍ଡର ମଦ ମିଳିଥିଲେ ମଧ୍ୟ ଅନ୍ୟ ୨୦ ବୋତଲ ମଦ ନଥିବାର ଦେଖାଯାଇଥିଲା । ଏସମ୍ପର୍କରେ ତହସିଲଦାର ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାପରେ ଜିଲ୍ଲାପାଳ ଅବକାରୀ ଇନିସପେକ୍ଟର ଶ୍ରୀ ସାହୁଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଅବକାରୀ କମିଶନରଙ୍କୁ ସୁପାରିଶ କରିଥିଲେ । ସେହି ସୁପାରିଶ ଅନୁଯାଇ ରାଜ୍ୟ ଅବକାରୀ କମିଶନର ଇନିସପେକ୍ଟର ଶ୍ରୀ ସାହୁଙ୍କୁ ନିଲମ୍ବନ କରିଥିବା କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ବାସନ୍ତୀ ପ୍ରଭା ନାୟକ ସୂଚନା ଦେଇଛନ୍ତି । ଏହାବ୍ୟତିତ ସଂପୃକ୍ତ ଅବକାରୀ ଇନିସପେକ୍ଟର ଶ୍ରୀ ସାହୁଙ୍କ ନାମରେ ଥାନାରେ ଏତଲା ଦେବାକୁ ମଧ୍ୟ ଉପରିସ୍ତ ଅଧିକାରୀ ନିର୍ଦେଶ ଦେଇଥିବା ଅବକାରୀ ଅଧିକ୍ଷକ ଶ୍ରୀମତୀ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ