କରୋନା ବେଳେ ମାନବିକତା ଦେଖାଇଲେ ମାର୍କେଟ କମ୍ପେ୍ଲକ୍ସ ମାଲିକ: ଭଡାଟିଆଙ୍କୁ ୨ମାସର ଭଡା ଛାଡ କଲେ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିସ୍ଥିତି ବେଳେ ବନ୍ତ ବ୍ଲକ ପୁରୁଷୋତ୍ତମପୁର ଗ୍ରାମର ଖଗେଶ୍ୱର ବିଶ୍ୱାଳଙ୍କ ପତ୍ନୀ ତଥା ବନ୍ତ ଜଳସେଚନ କାର୍ଯ୍ୟାଳୟ ସମ୍ମୁଖସ୍ଥ ତାରିଣୀ ମାର୍କେଟ କମ୍ପେ୍ଲକ୍ସର ମାଲିକ କମଳା ବିଶ୍ୱାଳ କମ୍ପେ୍ଲକ୍ସରେ ଥିବା ସମସ୍ତ ଦୋକାନୀ ମାନଙ୍କୁ ୨ମାସର ଘର ଭଡା ଛାଡ କରି ନିଜର ମହାନୀୟତା ଦେଖାଇଛନ୍ତି । ଉକ୍ତ କମ୍ପେ୍ଲକ୍ସରେ ଦୋକାନୀ ମାନେ ପ୍ରାୟ ୮ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି । ଋତୁରାଜ ଫ୍ଲେକ୍ସ ପ୍ରିଣ୍ଟ୍ସର ମାଲିକ ସତ୍ୟବ୍ରତ ବିଶ୍ୱାଳ ଉକ୍ତ କମ୍ପେ୍ଲକ୍ସରେ ୧ ବର୍ଷ ହେବ ପ୍ରତିଷ୍ଠାନ ଆରମ୍ଭ କରିଥିବା ବେଳେ ତାଙ୍କୁ ମଧ୍ୟ ୨ ମାସର ଭଡା ଛାଡ କରାଯାଇଛି । ଏହି ମହାନ କାର୍ଯ୍ୟ ପାଇଁ ବନ୍ତ ଅଞ୍ଚଳର ବ୍ୟବସାୟୀ ମାନେ କମ୍ପେ୍ଲକ୍ସ ମାଲିକଙ୍କୁ ପ୍ରଶଂସା କରିଛନ୍ତି । ଅପରପକ୍ଷେ ବନ୍ତରେ ଥିବା ଅନ୍ୟ ମାର୍କେଟ କମ୍ପେ୍ଲକ୍ସର ମାଲିକଙ୍କ ଉପରେ ଏଭଳି ମହାନ କାର୍ଯ୍ୟ କି ପ୍ରଭାବ ପକାଇବ ତାହା ଅନ୍ୟ ବ୍ୟବସାୟୀ ମହଲରେ ଆଲୋଚନା ହେଉଛି ।


