ପୈାରସଂସ୍ଥା ପକ୍ଷରୁ ଦିନମଜୁରିଆ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୈାରସଂସ୍ଥା ପକ୍ଷରୁ କୋଭିଡ-୧୯ ଲକଡାଉନ ଯୋଗୁଁ କାମ ପାଉନଥିବା ଦିନମଜୁରିଆ ଶ୍ରମିକମାନଙ୍କୁ କାମ ଯୋଗାଇଦେବା ନିମନ୍ତେ ପୈାର କର୍ମଚାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସହରୀ ମଜୁରୀ ନିଯୁକ୍ତି ପ୍ରକ୍ରୀୟା (ଅର୍ବାନ ୱେଜ ଏମ୍ପେ୍ଲାଏମେଂଟ ଇନିସିଏଟିଭ) (ୟୁ.ଡବ୍ଲୁ .ଇ. ଆଇ.) ରେ ଲକଡାଉନ ଯୋଗୁଁ କାମପାଉନଥିବା ଦିନମଜୁରିଆ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକଳ୍ପର ନିର୍ମାଣ କରାଯାଇ କାମ ଯୋଗାଇଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ପୈାରସଂସ୍ଥାର ସମସ୍ତ ଯନ୍ତ୍ରୀ,ଗୋଷ୍ଠି ସଂଗଠିକା ଓ କର୍ମଚାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


