ଉହାନକୁ ପୁଣି ଫେରିଲା କରୋନା: ୩୭ ଦିନ ପରେ ୧୪ ନୂଆ କରୋନା ରୋଗୀ ଚିହ୍ନଟ

ଚୀନ୍‌ : ଚୀନ୍‌ର ଉହାନ ସହରରୁ କରୋନା ସାରା ବିଶ୍ବରେ ତାଣ୍ଡବ ରଚୁଥିବାବେଳେ ପୁଣି ଥିରେ ଉହାନରେ ଏହି ଭାଇରସର ପ୍ରଭାବ ଦେଖିବାକୁ ମିଳିଛି। ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଉହାନରେ ପୁଣି ୧୪ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବାର ସୂଚନା ରହିଛି। ୨୦୧୯ ମସିହାରେ ସର୍ବପ୍ରଥମେ ଏଠାରୁ ହିଁ ଏହି ଭାଇରସ୍‌ ଦେଖିବାକୁ ମିଳିଥିବା ପରେ ଚଳିତ ବର୍ଷ ଏପ୍ରିଲ୍‌ ୩ ତାରିଖ ପରଠାରୁ ଏଠାରେ କରୋନା ସଂକ୍ରମଣର ମାମଲା ଆଉ ଆସିନଥିଲା। ସ୍ବାଭାବିକ ଅବସ୍ଥାକୁ ଉହାନ୍‌ ଫେରିଆସିଥିବାବେଳ ସାରା ବିଶ୍ବ କିନ୍ତୁ କରୋନା କବଳରେ ଛଟପଟ ହେଉଛି। କିନ୍ତୁ ୩୭ ଦିନ ପରେ ଉହାନରେ ପୁର୍ନବାର କରୋନାର ପ୍ରଭାବ ଅନୁଭୂତ ହୋଇଛି।
୨୦୧୯ ମସିହାରେ ଉହାନରୁ ଏହି ଭାଇରସ୍ ଆରମ୍ଭ ହେବା ପରେ, ଚଳିତ ବର୍ଷ ଏପ୍ରିଲ୍ ୩ ତାରିଖ ପରଠାରୁ ସେଠାରେ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳି ନଥିଲା। କିନ୍ତୁ ବର୍ତ୍ତମାନ କରୋନା ପୁନର୍ବାର ଉହାନରେ ବିସ୍ତାର କରିବା ଆରମ୍ଭ କରିଛି। ଗୋଟିଏ ଦିନ ପୂର୍ବରୁ ଜଣେ ମହିଳା ପଜିଟିଭ୍ ମିଳିବା ପରେ ରବିବାର ଦିନ ୧୧ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୮୨,୯୦୧ରେ ପହଞ୍ଚିଥିବାବେଳେ ଏହି ମହାମାରୀ ଯୋଗୁଁ ଚୀନ୍‌ରେ ୪,୬୩୩ ଲୋକ ପ୍ରାଣ ହରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ