ଚୁଟି କାଟିବା ପାଇଁ ସାଲୁନ ତରଫରୁ ଅଭିନବ ପଦକ୍ଷେପ

ନୂଆଦିଲ୍ଲୀ: ଚୁଟି, ନିଶଦାଢି କାଟିବା ପାଇଁ ହରିୟାନର ଗୁରୁଗାଁଓର ଏକ ସାଲୁନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏହି ସାଲୁନର କର୍ମଚାରୀମାନେ ପିପିଇ ବା ପର୍ସନାଲ ପ୍ରୋଟେକସନସ ଇକ୍ୟୁପମେଣ୍ଟସ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବାର ଭୟ ଥିବାରୁ ସାଲୁନ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଲକ ଡାଉନର କଡା ନିୟମ ଅନୁସାରେ ବର୍ତ୍ତମାନ ସାଲୁନ ଖୋଲିବା ପାଇଁ ବାରଣ କରାଯାଇଛି। ହେଲେ ଏହି ସାଲୁନ ତରଫରୁ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ତାଙ୍କୁ କେହି ମନା କରିପାରିବ ନାହିଁ ବୋଲି ଜଣେ ଗ୍ରାହକ କହିଛନ୍ତି। ବର୍ତ୍ତମାନ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସେଠାକୁ ଆସୁଥିବା ଗ୍ରାହକମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି। ଦୀର୍ଘ ଦୁଇମାସ ଧରି ସାରା ଭାରତ ଲକଡାଉନରେ ରହିବା ପରେ ଲୋକମାନେ ଚୁଟି କାଟିବା ଏକ ସମସ୍ୟା ସୃଷ୍ଟି ହୋଇଛି। ସେହି ସମସ୍ୟାକୁ ବର୍ତ୍ତମାନ ଏହି ସାଲୁନ ମାଲିକ କିଛିଟା ହାଲକା କରିଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ