ଲକଡ଼ାଉନରେ ନିୟମ ଉଲଂଘନ : ୩ ଦୋକାନକ ସିଲ୍

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସମଗ୍ର ବିଶ୍ୱରେ ଆତଙ୍କର ବାତାବରଣ ଖେଳାଇଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ଲାଗି ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । ପୌରାଂଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ରକ୍ଷା, ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର ସହ ଅନେକ ନିୟମକୁ କାର୍ଯ୍ୟକାରୀ କରିବା ସକାଶେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ତତ୍ୱାଡଧାନରେ ପୌର କର୍ମଚାରୀ ବୃନ୍ଦ ଲାଗି ପଡ଼ିଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର ସହ ପ୍ରତ୍ୟେହ ସକାଳ ୭ଟାରୁ ମଧ୍ୟାନ୍ନ ୧୨ ଟା ପର୍ଯ୍ୟନ୍ତ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରଖିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ହେଲେ କିଛି ଅମାନିଆ ବ୍ୟବସାୟୀ ପ୍ରତିଷ୍ଠାନର ମାଲିକ ପୌର ପ୍ରଶାସନର ତାଗିଦକୁ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି । ଏଭଳି ଅମାନିଆଙ୍କୁ ପୌର ପ୍ରଶାସନ ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ନିର୍ଦ୍ଧାରିତ ସମୟ ପରେ ଦୋକାନ ଖୋଲା ରଖିଥିବା ବେଳେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ସ୍ଥାନୀୟ ପୌରାଂଚଳର ଏକ ରାସନ ଦୋକାନ ସହ ୨ଟି ଚାହା ଦୋକାନକୁ ସିଲ୍ କରିଛନ୍ତି । ଅଗାମୀ ଦିନରେ ନିୟମ ଖିଲାପକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରୀ ରହିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ