ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା

ଛତ୍ରପୁର (ଓ୍ବାଇଏନଏସ): ଆଧ୍ୟାତ୍ମିକ ପରିବେଶ ରେ ଚାଲିଛି ଗଞ୍ଜାମ ଜିଲା ଛତ୍ରପୁର ସହରର ଐତିହାସିକ ରାମାୟଣମ୍ମା ଠାକୁରାଣୀ ଯାତ୍ରା। ଦିନକୁ ଦିନ ଭିଡ ହେଉଛି ମାଙ୍କ ଦର୍ଶନ ପାଇଁ। ଯାତ୍ରା ଏବେ ବଡ଼ ଧୁମଧାମରେ ଚାଲିଛି ।  ମାଙ୍କ ଯାତ୍ରା କୁ ଆଜକୁ ୮ମ ଦିନ ରେ ପହଂଚି ।  ମା’ଙ୍କ ଘଟ ଅସ୍ଥାୟୀ ଯାତ୍ରା ମଣ୍ଡପ ଠୁ ବାହାରି  କୋର୍ଟଷ୍ଟେସନ ସାହି , ନୀଳକଣ୍ଠସାହି,କପିଳସାହି ଓ ପାତ୍ର ସାହି ପରୀକ୍ରମା କରିଥିଲେ l ସେଠାରେ ମାଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ବିଭିନ୍ନ ଭୋଗ  ପ୍ରଦାନ କରିଥିଲେ । ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ଯିବା ଦହି ଭାତ ଭୋଗ କରାଯାଇଥିଲା । ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଙ୍କ ପୂଜାର୍ଚ୍ଚନା କରାଯିବା ଆଳତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରେ ମା’ ଅସ୍ଥାୟୀ ମଣ୍ଡପରୁ ବାହାରି ଏକ ବିରାଟ ପଟୁଆରରେ ନଗର ପରିକ୍ରମା କରିଥିଲେ । ମାଙ୍କ ଏହି  ଘଟ ପରୀକ୍ରମା ଦେଖିବା ପାଇଁ ଛତ୍ରପୁର ସହର ଏବଂ ଆଖପାଖ ଅଂଚଳରୁ ବହୁ ଭକ୍ତଙ୍କ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିିଥିଲା । ମାଙ୍କ ଘଟ ନଗର  ପରିକ୍ରମା ସମୟରେ ଯେପରି କୌଣସି ଅସୁବିଧା ନ ହେବ ସେଥି ନିମନ୍ତେ ଛତ୍ରପୁର ଥାନାର ବହୁ ପୁଲିସ୍ କର୍ମଚାରୀ ମାନେ ଓ ସ୍ୱେଚ୍ଛାସେବୀମାନେ ସହଯୋଗ ରେ  ମାଙ୍କ ଘଟ ଚାରି ପଟୁ ଦୁଉଡି ରେ ବ୍ୟାରିକେଟ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର ସିଏଚ୍‌.ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଡ ମ୍ୟାନେଜର ଏମ୍‌.ସମରେନ୍ଦ୍ର ସେନାପତି, ସମ୍ପାଦକ ପି.ରାଜୁରେଡ୍ଡୀ ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ ।  ଚଳିତ ବର୍ଷ ମାଙ୍କ ବଡ଼ ବଡ଼ ସୁନ୍ଦର ତୋରଣ ସହିତ ଆଲୋକ ଶଯ୍ୟା ରେ ଝଲସି ଉଠୁଛି ସାରା ସହର। ଏହା ସହିତ ବଡ଼ ବଡ଼  ଲାଇଟ   ଗେଟ ଲଗାଯାଇଛି  ।  ଆଗାମୀ ଦିନରେ ବଡ଼ ବଡ଼ କଳାକୁଞ୍ଜ ସହିତ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ଓ ଅନ୍ୟ ରାଜ୍ୟ ର ଅନେକ କଳାକାର ମାନେ ଯୋଗଦେଇ ମାଙ୍କ ଶୋଭା ବଢ଼ାଇବେ ବୋଲି କମିଟି ପକ୍ଷରୁ କୁହାଯାଇଛି ।ଶେଷ ୧୫ ଦିନ ରାମଦୋଳି ସହିତ ମିନବଜାର ଅନୁଷ୍ଠିତ ହେବ l ସର୍ବା ଶେଷ ୭ ଦିନ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଖ୍ୟାତିନାମା କଳାକାର ମାନେ ଯୋଗଦେଇ ଦର୍ଶକ ମାନଙ୍କ ମନୋରଞ୍ଜନ କରିବେ । ଏହାସହିତ ବିଭିନ୍ନ ବିଭାଗ ର ସରକାରୀ ଷ୍ଟଲ ମଧ୍ୟ ଖୋଲାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ