ଇରାନ୍‌ ନୌସେନାର ସମରାଭ୍ୟାସରେ ପ୍ରାଣ ହରାଇଲେ ୧୯ ନାବିକ

ତେହେରାନ୍‌ : ଇରାନ୍‌ ନୌସେନାର ସମରାଭ୍ୟାସ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ସମରାଭ୍ୟାସ ସମୟରେ ଏକ ମିସାଇଲ୍‌ ମାଡରେ ଏକ ଜାହାଜ ଧ୍ବଂସ ପାଇଯିବା ସହିତ ୧୯ ଜଣ ନାବିକ ପ୍ରାଣ ହରାଇଛନ୍ତି । ସୋମବାର ଏହି ଭୟାନକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ଚଳପ୍ରଚଳ କରୁଥିବା ଜାହଜକୁ ଲକ୍ଷ୍ୟଭେଦ କରିବାର ଥିବା ବେଳେ ଭୁଲ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ କାରଣରୁ ୧୯ ଜଣ ନାବିକଙ୍କ ଦେହାନ୍ତ ଘଟିଥିଲା । ଏହି ଜାହାଜଟି କେଉଁ ଦେଶର ଏବଂ ନାବିକ ମାନଙ୍କର ପରିଚୟ ମିଳିନଥିବା ବେଳେ ଆମେରିକା ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ