ତିରୁଣା ସ୍ୱଛ ପାନୀୟ ଜଳ ପ୍ରକଳ୍ପର ପାଚେରୀ ନିର୍ମାଣ କାମ ନିମ୍ନମାନର

ନାଉଗାଁ (ଓ୍ବାଇଏନ୍ଏସ୍) : ତିରୁଣା ପଂଚାୟତର ସ୍ୱଛ ପାନୀୟ ଜଳ ପ୍ରକଳ୍ପର ପାଚେରୀ ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ସୂଚନା ମୁତାବକ ତିରୁଣା ପଂଚାୟତରେ ସ୍ୱଛ ପାନୀୟ ଜଳ ଯୋଗାଇବା ପାଇଁ ଓଡିଶା ସରକାରଙ୍କ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏକ ସ୍ୱଛ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଜନସାଧାରଣଙ୍କୁ ଜରୁରୀ ସମୟରେ ପାନୀୟ ଜଳ ଯୋଗାଇ ପାଇଁ ବିଭାଗ ପକ୍ଷରୁ ଉକ୍ତ ପ୍ରକଳ୍ପ ନିକଟରେ ୧ ଲକ୍ଷ କ୍ଷମତା ବିଶିଷ୍ଠ ଏକ ଓଭର ହେଡ ଟାଙ୍କି ନିର୍ମାଣ କରାଯାଇଥିଲା । ଯାହାଦ୍ୱାରା ପଂଚାୟତରେ ବିଦ୍ୟୁତ ନଥିବା ସମୟରେ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ । ଏହି ଓଭର ହେଡ ଟାଙ୍କିର ଗୋଟିଏ ପାଖ ଖୋଲା ରହିଥିବାରୁ ପରିସରରେ ଅନାବନା ଗଛ ମାଡି ଯିବା ସହିତ ଗାଇ ଗୋରୁ ଭିତରେ ପଶୁଥିବା ଦେଖାଯାଇଥିଲା । ବିଭାଗ ପକ୍ଷରୁ ଏହାକୁ ଆବଧ କରିବା ପାଇଁ ପାଚେରୀ ନିର୍ମାଣ ପାଇଁ ୧ଲକ୍ଷ ୩୦ ହଜାର ଟଙ୍କା ମଂଜୁରୀ କରାଯାଇ ଜୈନିକ ଠିକଦାରଙ୍କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଦାୟିତ୍ୱରେ ଥିବା ସଂପୃକ୍ତ ଠିକାଦାର ୮ଏମଏମ ରଡ ସହିତ ୪ ଏମଏମ ରଡ ମିଶାଇ ତଳକୁ ନ ଖୋଳି କେବଳ ବାଲି ଉପରେ ଢଳାଇ ପକାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରିବା ପରେ କାର୍ଯ୍ୟ ବନ୍ଦ ରହିଥିଲା । ପରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ୪ଏମଏମ ରଡକୁ କଢା ଯାଇ ଏଷ୍ଟିମେଟ ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଥିଲା । ହେଲେ ସଂପୃକ୍ତ ଠିକାଦାର ପାଚେରୀ ନିର୍ମାଣ ପାଇଁ ଗାତ ନକରି କେବଳ ବାଲି ଉପରେ ପିଲାର୍ ଥୋଇ ଢଳେଇ ପକାଇ କାମ କରୁଥିବା ଜଣାଯାଇଛି । ଯାହାକି ସାମାନ୍ୟ ବର୍ଷାରେ ବାଲି ଧୋଇ ଯିବା ପରେ ପାଚେରୀ ଭୁସୁଡି ଯିବାର ସମ୍ଭାବନା ରହିଛି । ଏ ସଂର୍ପକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରୁ ପାଚେରୀ ନିର୍ମାଣ କରିବା ପୂର୍ବରୁ ଗାତ ଖୋଳା ଯାଇ ପିଲାର୍ ଢଳେଇ କରାଯିବ ।ଏହାପରେ ପିଲାରଙ୍କୁ ସଂଯୋଗ କରି ରଡ ବାଇଡିଙ୍ଗି ହୋଇ ଢଳେଇ ପକାଯିବ । ଢଳେଇ ଉପରେ ଇଟାରେ ପାଚେରୀ ନିର୍ମାଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ