କନ୍ଧମାଳର ସମସ୍ତ ପ୍ରବେଶ ପଥରେ କଡାକଡ଼ି ଯାଞ୍ଚ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ସଂକ୍ରମଣରେ ଗଞ୍ଜାମ ଜିଲା ରେକର୍ଡ ଭାଙ୍ଗିଛି। ସୁରଟରେ ଥିବା ପ୍ରବାସୀ ଓଡିଆ ଫେରିବା ପରେ ସେମାନଙ୍କ ମଧ୍ୟରୁ ଶତାଧିକ ସଂକ୍ରମିତ ହେବା ସହ ଦିନକୁ ଦିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ କନ୍ଧମାଳକୁ ଯେପରି ପଡୋଶୀ ଗଞ୍ଜାମଜିଲ୍ଲା ରୁ କେହି ନ ଆସି ପାରିବେ ସେଥିପାଇଁ ଜିଲାର ସମସ୍ତ ପ୍ରବେଶ ପଥରେ ଯାଞ୍ଚ କଡାକଡି କରାଯାଇଛି। ଜିଲାର ୯ଟି ସୀମାକୁ ସିଲ୍ କରାଯାଇ ଜୋରଦାର ଚେକିଂ ଚାଲିଛି। କନ୍ଧମାଳ ଗ୍ରୀନ୍ ଜୋନରେ ଥିବାରୁ ଜିଲା ଭିତରେ କଟକଣାକୁ କିଛିଟା କୋହଳ କରାଯାଇଛି। ମାତ୍ର ଗଞ୍ଜାମ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। କାରଣ କନ୍ଧମାଳ ଲୋକଙ୍କର ଅଧିକ ପରିଚିତ ଅବା ଆତ୍ମୀସ୍ବଜନ ଗଞ୍ଜାମରେ ରହିଛନ୍ତି ।ଏଥିସହ ଗଞ୍ଜାମର ବହୁ ଲୋକ ମଧ୍ୟ କନ୍ଧମାଳ ଜିଲାରେ ଅଛନ୍ତି। ଯିବା ଆସିବା ପ୍ରାୟତଃ ଲାଗି ରହିଛି। ବର୍ତମାନ ଜିଲାପାଇଁ ବିପଦ ସାଜିଛନ୍ତି ଜିଲା ବାହାରୁ ଆସୁଥିବା ଲୋକ। କାରଣ ଏମାନଙ୍କର ଟ୍ରାଭେଲ ହିଷ୍ଟ୍ରି ମିଳିବା କଷ୍ଟକର ହେଉଛି।ଜିଲାପାଳ ଡ଼. ବୃନ୍ଦା ଡ଼ି ଏକ ସ୍ବତନ୍ତ୍ର ପଦକ୍ଷପ ସ୍ବରୁପ କଳିଙ୍ଗା, ଚକାପାଦ, ରାଇକିଆ ଆଦି ପ୍ରବେଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହିତ ସ୍ବତନ୍ତ୍ର ଭାବେ ୪ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦେଇଛନ୍ତି। ଜିଲାରେ ଥିବା ସୁଡ୍ରୁକୁମ୍ପା ପୋଷ୍ଟ ପାଇଁ ଡ଼େପୁଟି କଲେକ୍ଟର ରତ୍ନାକର କାଣ୍ଡି, ଖଜୁରିପଡ଼ା ପାଇଁ ଅତିରିକ୍ତ ତହସିଲଦାର ମନୋଜ କୁମାର ପାଢୀ, କଳିଙ୍ଗା ପୋଷ୍ଟ ପାଇଁ ଅତରିକ୍ତ ତହସିଲଦାର ଜି.ଉଦୟଗିରି ରାକେଶ କୁମାର ପାତ୍ର, ଚକାପାଦ ଚାଞ୍ଚେଡ଼ାପଲ୍ଲି ପାଇଁ ଅତିରିକ୍ତ ତହସିଲଦାର ରାଇକିଆ ଆଦିଙ୍କ ସମେତ ଅନ୍ୟ ପୋଷ୍ଟ ଗୁଡିକରେ ଅନ୍ୟାନ୍ୟ ଅଧିକାରୀ ଯାଞ୍ଚ ଦାୟିତ୍ୱରେ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ