ଓଡ଼ିଶାରେ କଳିଙ୍ଗ ନଗରଠାରେ ଏକ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ୍ ପ୍ରତିଷ୍ଠାକୁ ଅନୁମୋଦନ

ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ ପ୍ରତିଷ୍ଠାନ କୁ କେନ୍ଦ୍ର ସରକାର ଚୂଡାନ୍ତ ମଞ୍ଜୁର କରିଛନ୍ତି । ରାଜ୍ୟ ସରକାର ତରଫରୁ ଏ ସଂକ୍ରାନ୍ତରେ ପ୍ରସ୍ତାବ ପାଇବା ପରେ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଉନ୍ନତି କରଣ ପାଇଁ ପଦକ୍ଷେପ ନେଇଛି । ସଡକ ଯୋଗାଯୋଗ ଉନ୍ନତିକରଣ ପାରାଦୀପରୁ ଚଣ୍ଡିଖୋଲ ୨୦୦ ନମ୍ବର ଜାତୀୟ ରାଜପଥ ୬ ଲେନ ବିଶିଷ୍ଟ କାର୍ଯ୍ୟକାରୀ କରିବା । ସଡକ ଯୋଗାଯୋଗର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ । ଜାତୀୟ ରାଜପଥ ୫୩/୨୦୦ ମଧ୍ୟରେ ଏବଂ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ ଚତୁଃପାଶ୍ୱର୍ (୧୩୨.୩୬ କିମି)ର ସମ୍ପ୍ରସାରଣ ତାଳଚେର-ଡୁବୁରି-ଚଣ୍ଡିଖୋଲ ଷ୍ଟ୍ରେଚକୁ ୪ ଲେନ ବିଶିଷ୍ଟ କରିବା ଲାଗି ଇପିସି ମୋଡରେ ତିନୋଟି ପ୍ୟାକେଜରେ ଠିକା ସଂସ୍ଥାଗୁଡ଼ିକୁ କାର୍ଯ୍ୟାଦେଶ ଦିଆଯାଇଛି । ଦୁଇଟି ପ୍ୟାକେଜ ପାଇଁ ନିଯୁକ୍ତି ତାରିଖ/କାର୍ଯ୍ୟାରମ୍ଭ ତାରିଖ ଘୋଷଣା କରାଯାଇଛି, ତାଳଚେରରୁ କାମାକ୍ଷାନଗର ସେକ୍ସନ ପାଇଁ ୨୧.୦୨.୨୦୧୯ ଏବଂ କାମାକ୍ଷାନଗର ରୁ ଡୁବୁରୀ ସେକ୍ସନ ପାଇଁ ୨୩.୦୨.୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଛି । ବ୍ରାହ୍ମଣୀ ନଦୀ ସେତୁର ସମ୍ପ୍ରସାରଣ : ଗାଡ଼ି ଭିଡ଼ କାରଣରୁ ବର୍ତମାନର ୨ ଲେନ ବିଶିଷ୍ଟ ସେତୁକୁ ସମ୍ପ୍ରସାରଣ କରି ୬ ଲେନ ବିଶିଷ୍ଟ କରିବା ଲାଗି ପୂର୍ବରୁ ନିଷ୍ପତି ନିଆଯାଇଥିଲା । ଏହି କାର୍ଯ୍ୟକୁ ଚଣ୍ଡିଖୋଲରୁ ଡୁବୁରି ପର୍ଯ୍ୟନ୍ତ ୨୦୦ ନମ୍ବର ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରି ସମ୍ପ୍ରସାରଣ କରାଯିବା କାର୍ଯ୍ୟରେ ସାମିଲ କରାଯାଇଛି । ବର୍ତମାନ ପୁରୁଣା ୨ ଲେନ ବିଶିଷ୍ଟ ସେତୁକୁ ପୂର୍ବପରି ରଖାଯିବ ଏବଂ ବ୍ରାହ୍ମଣୀ ନଦୀ ଉପରେ ନୂଆ ପରିବହନ ମାର୍ଗ ବିକାଶ କାର୍ଯ୍ୟର ଅଂଶବିଶେଷ ସ୍ୱରୂପ ଏକ ୩ ଲେନ ବିଶିଷ୍ଟ ନୂତନ ସେତୁ ନିର୍ମାଣ କରାଯିବ । ଯାଜପୁର ରୋଡରୁ ପାଣିକୋଇଲି ପର୍ଯ୍ୟନ୍ତ ୨୧୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ : ବିଓଟି (ଟୋଲ) ମାଧ୍ୟମରେ ପାଣିକୋଇଲି-ରିମୂଳି ପ୍ରକଳ୍ପ ସେକ୍ସନକୁ ୪ ଲେନ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଅନ୍ତର୍ଗତ ୨୧୫ ନଂ ଜାତୀୟ ରାଜପଥର ଯାଜପୁର ରୋଡରୁ ପାଣିକୋଇଲି ସେକ୍ସନକୁ ବର୍ତମାନ ୪ ଲେନ ବିଶିଷ୍ଟ କରାଯାଇସାରିଛି ।
ରେଳ ଯୋଗାଯୋଗ
• ୧୦୪.୨୪ କିମି ଲମ୍ବ ଏକ ବ୍ରଡଗଜ ରେଳ ଲାଇନ ବର୍ତମାନ ଅନୁଗୁଳ ଏବଂ ସୁକିନ୍ଦା (ଅନୁଗୁଳ ଓ ଯାଜପୁର ଜିଲ୍ଲା)ରେ ନିର୍ମାଣ କରାଯାଉଛି । ଏହା ଓଡ଼ିଶାର ଲୁହାପଥର ଗଚ୍ଛିତ କ୍ଷେତ୍ର (ଯୋଡ଼ା-ବଡ଼ବିଲ)କୁ ଇସ୍ପାତ ଏବଂ ସ୍ପଞ୍ଜ ଆଇରନ ଉଦ୍ୟୋଗରେ ସମୃଦ୍ଧ କ୍ଷେତ୍ର ଅନୁଗୁଳ ସହିତ ଯୋଡ଼ିବ । ଏଥିସହିତ ଏହି ରେଳ ଲାଇନ କୋଇଲା ଖଣି କ୍ଷେତ୍ର ତାଳଚେରକୁ କଳିଙ୍ଗନଗର ଶିଳ୍ପାଂଚଳରେ ଥିବା କୋଇଲା ଆଧାରିତ ତାପଜ ବିଦ୍ୟୁତ କ୍ଷେତ୍ରକୁ ବିକଳ୍ପ ମାର୍ଗ ଯୋଗାଇ ଦେବ ।
• ରେଳ ମନ୍ତ୍ରଣାଳୟର ଅଂଶଗ୍ରହଣକାରୀ ଯୋଜନା ଅଧୀନରେ “ଅନୁଗୁଳ-ସୁକିନ୍ଦା ରେଳବାଇ ଲିମିଟେଡ (ଏଏସଆରଏଲ) ନାମକ ଏକ ଏସପିଭି ଦ୍ୱାରା ଅନୁଗୁଳ-ସୁକିନ୍ଦା ନୂତନ ଲାଇନ କାର୍ଯ୍ୟ ଜାରି ରହିଛି ।
ଜଳମାର୍ଗ ସଂଯୋଗ
• କଳିଙ୍ଗ ନଗର-ପାରାଦୀପ ଏବଂ ଧାମରା ବନ୍ଦର ମଧ୍ୟରେ ଜଳ ମାର୍ଗ ସଂଯୋଗ କରିବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଜାତୀୟ ଜଳମାର୍ଗ-୫ (ଉପରୋକ୍ତ କ୍ଷେତ୍ର ସମେତ) କାର୍ଯ୍ୟ ହାତକୁ ନିଆଯାଇ ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନର ଦକ୍ଷିଣରେ ଥିବା ପଙ୍କପାଳ ଗ୍ରାମ ନିକଟରେ ଏକ ଅନ୍ତର୍ଦେଶୀୟ ଜଳ ପରିବହନ (ଆଇଡବ୍ଲୁଟି) ଟର୍ମିନାଲ ବିକଶିତ କରାଯାଇଛି । ଏହାଦ୍ୱାରା ରାଜ୍ୟର ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ପ୍ରତିଷ୍ଠା ହେବାକୁ ଥିବା ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନକୁ ଭିତିଭୂମି ସଂଯୋଗ ଆବଶ୍ୟକତାକୁ ପୂରଣ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।
• କ୍ଲିନ କାର୍ଗୋ, କଂଟେନର ପରିଚାଳନା ସମେତ ଆନୁସଙ୍ଗିକ ସୁବିଧା ସହ ପାରଦୀପ ବନ୍ଦରରେ ୫ ଏମଏମଟିପିଏ କ୍ଷମତା ସମ୍ପନ୍ନ ଏକ ନୂତନ ବର୍ଥ ବିକଶିତ କରାଯାଇଛି । ଟର୍ମିନାଲରେ ଥିବା ଏହି ସୁବିଧାଗୁଡ଼ିକ ମଧ୍ୟରେ ରହିଛି ୪୫୦ ମିଟର ବର୍ଥ, ୧ ଲକ୍ଷ ବର୍ଗକିମି ବିଶିଷ୍ଟ ବିସ୍ତୃତ ଭଣ୍ଡାରଣ କ୍ଷେତ୍ର ଏବଂ ଏଚଏମସିଏସ ଓ ଆରଟିଜିଏସ ଭଳି ସରଞ୍ଜାମ ପରିଚାଳନା ସହିତ ୬୦୦ ମିଟର ଗୁଣନ ୪୦ ମିଟର କ୍ଷେତ୍ରର ଏକ ଭଣ୍ଡାର ଗୃହ । ଉତ୍ପାଦିତ ସାମଗ୍ରୀ ରପ୍ତାନୀ ପାଇଁ କଳିଙ୍ଗନଗର ଶିଳ୍ପାଂଚଳର ଉଦ୍ୟୋଗଗୁଡ଼ିକ ଦ୍ୱାରା ଏହି ବର୍ଥ ଉପଯୋଗ କରାଯାଇପାରିବ ।
• ଆନ୍ଧ୍ରପ୍ରଦେଶର ପ୍ରକାଶମ ଏବଂ ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଆଉ ଦୁଇଟି ଜାତୀୟ ନିବେଶ ଏବଂ ଉତ୍ପାଦନ ଜୋନ ପ୍ରତିଷ୍ଠାକୁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରି ଦେଇଥିବା ସଂକ୍ରାନ୍ତରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟ ସଭାରେ ଏକ ଲିଖିତ ଉତରରେ ସୂଚନା ଦେଇଛନ୍ତି ।

ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ