ଆଙ୍କୁଲିରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଅବସରରେ କଳସ ଯାତ୍ରା

ବ୍ର୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) ଆଙ୍କୁଲି କୁଆଖାଇସ୍ଥିତ ଜଗନ୍ନାଥ ମନ୍ଦିରର ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଅବସରରେ ଏକ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଇିଭିନ୍ନ ଦିବସରେ ବିଶିଷ୍ଟ ସନ୍ଥ ପଣ୍ଡିତ ସୀମାଞ୍ଚଳ ଶର୍ମାଙ୍କ ତତ୍ତ୍ୱାବଧାନରେ ମହନ୍ତ ଶ୍ରୀ ହରିହର ଦାସ , ମହାରାଜା ମହନ୍ତ ଚିନ୍ମୟାନନ୍ଦ ଦାସ, ମହାରାଜା ପ୍ରମୁଖ ଯୋଗଦେଇ ବିଗ୍ରହ ମାନଙ୍କୁ ମନଦିର ପ୍ରବେଶ ଉତ୍ସବରେ ସହେଯୋଗ କରିବେ କରିବେ । ଏହି ଅବସରରେ ୨୭ ତାରିଖରେ ଅଙ୍କୁରାରୋପଣ , ୨୮ ତାରିଖରେ ଜଳଯାତ୍ରା ବନଯଜ୍ଞ , ୨୯ ତାରିଖରେ ଅଧିବାସ , ମହାସ୍ନାନ ଓ ପ୍ରାଣ ପ୍ରତିଷ୍ଠା , ୩୦ ତାରିଖରେ ଦେବତା ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ଅନଯଜ୍ଞ , ଘୃତଯଜ୍ଞ ଅନୁଷ୍ଠିତ ହେଉଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ଉତ୍ସବରେ ଯୋଗ ଦେଇ ପ୍ରଭୁକୃୃପା ଲାଭ କରୁଛନ୍ତି । ମନ୍ଦିର କମିଟି ସଦସ୍ୟ ବ୍ରଜ କିଶୋର ପ୍ରଧାନ ଅନୁପ ଚୌଧୁରୀ, ରଜନୀ ମଣ୍ଡଳୀ, ଶିଶିର ମଣ୍ଡଳ, ତୁଷାର ବେହେରା, ସନ୍ତୋ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ