ସାବୁନ ଓ ମାସ୍କ ମାଗଣା

ପାଟନା: କୋଭିଡ-୧୯ ମୁକାବିଲା ପାଇଁ ବିହାରର ନୀତୀଶ କୁମାର ସରକାର ଗ୍ରାମାଞ୍ଚଳରେ ପ୍ରତି ପରିବାରକୁ ସାବୁନ ଓ ମାସ୍କ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ବିହାରର ଗ୍ରାମାଞ୍ଚଳରେ ବାସ କରୁଥିବା ୮୮ ପ୍ରତିଶତ ଲୋକଙ୍କୁ ମାଗଣାରେ ସାବୁନ ଓ ମାସ୍କ ମିଳିବ । ନୀତୀଶ ସରକାର ଏ ନେଇ ୬,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ସାଧାରଣ ପଦକ୍ଷେପ ଜଣାପଡ଼ୁଥିଲେ ମଧ୍ୟ ଅବିଶ୍ୱସନୀୟ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ବିହାର ଚାପଟରର ସଦସ୍ୟ ଡାକ୍ତର ଅଜୟ କୁମାର କହିଛନ୍ତି । ସୂଚନା ଯୋଗ୍ୟ, କୋଭିଡ-୧୯ ମୁକାବିଲା କରିବାକୁ ହେଲେ ମୁହଁରେ ମାସ୍କ ପିନ୍ଧିବା ଓ ସାବୁନରେ ହାତ ଧୋଇବା ନିହାତି ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିବା ପରେ ବିହାରର ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ କୋଭିଡ-୧୯ ମୁକାବିଲା ନେଇ ଏକ ସଚେତନତାମୂଳକ କାର୍ଯ୍ୟକ୍ରମର ଏହା ଏକ ବଡ଼ ଅଂଶ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ