ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ସକାଳ ୮ ଘଟିକା ସମୟରେ ପୁରୁଣା ଏ.ଜି. କଲୋନୀ ହକି ପାର୍କିଂ ପଡ଼ିଆରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ୍, ଅନୁଷ୍ଠାନ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ୫୦୦ବୃକ୍ଷ ରୋପଣ କରାଯାଇଥିଲା ।
ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ବିଧାୟକ ମଧ୍ୟ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ଉତ୍ତର ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ଏ.ଜି. ଅଧ୍ୟକ୍ଷା ଶ୍ରୀମତୀ ମଧୁମିତା ବସୁ, ବରିଷ୍ଠ ଡ଼ି.ଏ.ଜି. ବିଶ୍ୱନାଥ ସିଂ ଜୋଡାନି, ୱାର୍ଡ଼ ନମ୍ବର ୩୬ର ପୂର୍ବତନ କାର୍ପୋରେଟର ଶ୍ରୀଯୁକ୍ତ ନରେନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ସଦସ୍ୟ ଶ୍ରୀ ଶିବ ସୁଆର, ଶ୍ରୀ ଏସ୍.କେ. ତତ୍ସବିର, ଶ୍ରୀ ସନାତନ ପୃଷ୍ଟି, ଶ୍ରୀ ଭାଗିରଥି ଦାଶ, ଶ୍ରୀ ରାମଚନ୍ଦ୍ର ପଣ୍ଡା, ଏସ୍.କେ. ମେହେବୁବ୍, ଶ୍ରୀ ଅଜୟ ବେହେରାଙ୍କ ଉପସ୍ଥିତିରେ ଗ୍ରୀନ୍ ୱାଲଡ଼ ସହଯୋଗରେ ଅତି ସୁନ୍ଦର ଭାବରେ ସମସ୍ତେ ଗୋଟିଏ ଗୋଟିଏ ଆମ୍ବ, ପଣସ, ପିପଳି, ନିମ୍ବ, ବଉଳ, ବର ଇତ୍ୟାତି ୫୦୦ ବୃକ୍ଷ ରୋପଣ କରିଥିଲେ । ଶେଷରେ ସମସ୍ତ ସ୍କୁଲ୍ ଓ ଅନୁଷ୍ଠାନର ସଭ୍ୟମାନଙ୍କ ପାଇଁ ଜଳପାନ ଓ ମିଷ୍ଟାନ୍ନର ବ୍ୟବସ୍ଥା କରାଯାଇଥିଲା । ଆଗାମୀ ଦିନରେ ୩୦୦୦ ବୃକ୍ଷ ଲଗାଇବା ପାଇଁ ଚେଷ୍ଟା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।


