ବାଲେଶ୍ୱର କାରାଗାରକୁ ସଂକଳ୍ପ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆକ୍ୱାଗାର୍ଡ ପ୍ରଦାନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଂକଳ୍ପ ନିର୍ମାଣ ଶ୍ରମିକ ସଂଘ ଓ ସର୍ବ ମଙ୍ଗଳା ନାଟ୍ୟ ସଂସ୍ଥା ପକ୍ଷରୁ ବାଲେଶ୍ୱର କାରାଗାରର ମହିଳାମାନଙ୍କ ନିମନ୍ତେ ଆକ୍ୱାଗାର୍ଡ ଉଇଥ୍ ଟାୱାର କୁଲର ପ୍ରଦାନ କରାଯାଇଛି । ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ ଯୋଗ ଦେଇ ଆକ୍ୱାଗାର୍ଡ ଉଇଥ୍ ଟାୱାର କୁଲରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବକ୍ତବ୍ୟରେ କହିଥିଲେ ଯେ ବିଭିନ୍ନ ସଂଗଠନ ଯେଉଁମାନେ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ସେମାନେ ପ୍ରଶାସନିକ ଦପ୍ତରର ବିନ୍ନ୍ ଉନ୍ନୟନମୂଳକ କାର୍ଯ୍ୟରେ ଏହିଭଳି ସହଯୋଗ ଜାରି ରଖିବା ଉଚିତ୍ ବୋଲି କହିଥିଲେ । ଉଦ୍ଘାଟନୀ ଉତ୍ସବରେ କାରାଧ୍ୟକ୍ଷ କୁଳମଣୀ ବେହେରା, କାରାପାଳ ଦିପ୍ତୀମୟୀ ରାଉତ, ବାଲେଶ୍ୱର ଜିଲ୍ଲା କାରାଗାରର ପରିବେକ୍ଷଣ ଅଧିକାରୀ ଦେବବ୍ରତ ଜେନା, ସହକାରାପାଳ, ସନ୍ତୋଷ କୁମାର ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସଂକଳ୍ପ ନିର୍ମାଣ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ବିରଞ୍ôଚ କୁମାର ପ୍ରଧାନ, ସର୍ବମଙ୍ଗଳ ନାଟ୍ୟ ସଂସ୍ଥାର ସଭାପତି ଦେବବ୍ରତ ପାଣିଗ୍ରାହୀ, ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କର ଓ ସଦସ୍ୟ ଭଗବାନ ଦାସ ପ୍ରମୁଖ ଯୋଗ ଦେଇଥିଲେ । କାରାଗାର ମହିଳା ୱାର୍ଡର ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ