ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ

୩୦.୦୬.୧୯

ମେଷ –ଅଶୁଭଚନ୍ଦ୍ର ଚଳନ ହେତୁ ଦିବସଟି ବହୁ ବାଧା ବିଘ୍ନ ଦେଇ ଅତିବାହିତ ହେବେ । ସତର୍କତାର ସହିତ ନରହିଲେ କୌଣସି ଯାନବାହାନ କିମ୍ବା ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିପାରେ, କୌଣସି ଅଗ୍ନି ଜନିତ କ୍ଷତି ସହିପାରନ୍ତି, ।

ବୃଷ – ଶୁଭ ଚନ୍ଦ୍ରର ଶୁଭଦୃଷ୍ଟି ବଳରେ ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ପାରିବାରିକ ଶାନ୍ତି ମିଳିବ ।

ମିଥୁନ – ଶୁଭଚନ୍ଦ୍ରଙ୍କର ଶୁଭଦୃଷ୍ଟି ବଳରେ ସମୟ ସୁଖ ଓ ଶାନ୍ତିରେ ଅତିବାହିତ କରିବେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ, ସାଂସାରିକ ଓ ପେମମୟ ଜୀବନ ଖୁସିରେ ଅତିବାହିତ ହେବ ।

କର୍କଟ – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । ସାଂସାରିକ ଜୀବନ ସୁଖରେ କଟିବ କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ ।

ସିହଂ – ଅଶୁଭଚନ୍ଦ୍ର ପ୍ରଭାବରେ ଠକାମିରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ଆକଷ୍ମିକ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବୋ

କନ୍ୟା – ଶୁଭଚନ୍ଦ୍ର ପ୍ରଭାବରେ ପରିବହନ ବ୍ୟବସାୟିମାନେ ଶୁଭ ଫଳ ପାଇବେ । ରାଜନୈତିକ ବ୍ୟକ୍ତିବିଶେଷ ସଫଳତାର ସହିତ ଲୋକ ସମ୍ପର୍କର ଫାଇଦା ନେବେ । ସାଂସାରିକ ଓ ପ୍ରେମ ଜୀବନ ସୁଖରେ କଟିବ ।

ତୁଳା – ଶୁଭଚନ୍ଦ୍ର ଶୁଭଦୃଷ୍ଟି ବଳରେ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ ମାନ ସମ୍ମାନ ପାଇବେ

ବିଛା – ଶୁଭଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଯାନବାହାନ କ୍ରୟ କରିବେ ।

ଧନୁ – ଶୁଭଚନ୍ଦ୍ରଙ୍କର ଶୁଭାର୍ଶୀବାଦରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ ।

ମକର- ଶୁଭ ଚନ୍ଦ୍ରର ଶୁଭଦୃଷ୍ଟି ବଳରେ ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ସମସ୍ତ କାର୍ଯ୍ୟ ସମାପନ କରିବେ । ପାରିବାରିକ ଶାନ୍ତି ମିଳିବ ।

କୁମ୍ଭ – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ନିଜର ଲୋକମାନଙ୍କ ଗହଣରେ ଆନନ୍ଦରେ କଟିବ । ଧାର୍ମୀକ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ । ସେବା ପରିକ୍ଷାରେ ଶୂଭ ଫଳ ମିଳିବ, ସରକାରି ଚାକିରିଆ ମାନେ କୌଣସି ଆର୍ଥୀକ ଲାଭ ପ୍ରାପ୍ତି ହେବେ ।

ମୀନ – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ମହିଳାମାନେ ନିଜଲୋକଙ୍କର ଉନ୍ନତିରେ ଆନନ୍ଦିତ ହେବେ ।

ଗର୍ଗ ଜ୍ୟୋତିଷ
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ.କମ,
ଏମ.ବି.ଏ)
୯୪୩୮୩୮୯୦୩୯
gargajyotish@gmail.com

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ