ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଅନୁଧ୍ୟାନ କଲେ ପୋଲସରା ବିଧାୟକ

ପୋଲସରା (ଅନିଲ କୁମାର ମହାରଣା): ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶୁକ୍ରବାର ପୂର୍ବାହ୍ନରେ ପୋଲସରା ବ୍ଲକର ବିଭିନ୍ନ ଗ୍ରାମର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ସାହୁ ପୋଲସରା ବ୍ଲକ ଅନ୍ତର୍ଗତ ଧୋୟାକଣା, ବାଲିଛାଇ, ଝିଟିକାବାଡ଼ି, ବର୍ତ୍ତିନି, ଡ଼ିମ୍ବୀରିଆ, ବାଘାଡି, ମନଶିଳା, ବେଲଗାଁ, ମଧୁସୂଦନପୁର, ଛଞ୍ଚାଣିଆପଲ୍ଲୀ, ବୁଡ଼େଇଶୁଣି, ଗୋଠାଳି, ମାଳ ତେନ୍ତୁଳିଆ, ବିରିପୁର, ଭାବରଡ଼ା, ଓ ଚିରିକିପଡା ଶାସନ ଗ୍ରାମର ବିଦ୍ୟାଳୟ ଗୁଡ଼ିକର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ସାମାଜିକ ଦୂରତା ବଜାୟ ରଖି ସେମାନଙ୍କ ଅଭାବ ଅସୁବିଧା ବୁଝିଥିଲେ। ଏଥିସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ପ୍ରଭୃତିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ