ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବ୍ଳକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ପୋଲସରା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡ଼ା ଶାସନ ଗ୍ରାମସ୍ଥିତ ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୁଇ ଜଣ ଶିକ୍ଷାର୍ଥୀ ବିଜ୍ଞାନ ବିଭାଗରେ ବ୍ଲକରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରି ଶିକ୍ଷାନୁଷ୍ଠାନ ପାଇ ଗୌରବ ଆଣିଥିବା ବେଳେ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଦୁଇ ଜଣ ବ୍ଲକ ଟପରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯୁକ୍ତ ୨ ବାର୍ଷିକ ପରୀକ୍ଷାରେ  ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ବିଭାଗର ଛାତ୍ରୀ ଅନ୍ବେଷା ମିଶ୍ର ୬୦୦ ମାର୍କରୁ ୫୫୧ ମାର୍କ ରଖି ୯୧.୯୯ % ରେ ପୋଲସରା ବ୍ଲକ ଟପ୍ପର ହୋଇଛନ୍ତି। ସେହିପରି ଏହି ଅନୁଷ୍ଠାନର ବିଜ୍ଞାନ ବିଭାଗର ଅନ୍ୟ ଜଣେ ଛାତ୍ର ରିତେଶ ପ୍ରଧାନ ମଧ୍ୟ ୬୦୦ ମାର୍କରୁ ୫୪୨ ମାର୍କ ୯୦.୩ % ରଖି ବ୍ଳକରେ ଦ୍ବିତୀୟ ସ୍ଥାନ ହାସଲ କରିଚନ୍ତି। ଶଶିକଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ ଇନ୍ଦ୍ରଜିତ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା। ଏହି ସମର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ସୂର୍ଯ୍ୟନାରାୟଣ ପାଢ଼ୀ, ସଭାପତି ସତ୍ୟନାରାୟଣ ସାହୁ ଓ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କ ଉପସ୍ଥିତିରେ ବ୍ଳକର ପ୍ରଥମ ଓ ଦ୍ବିତୀୟ ଟପ୍ପର ଦ୍ୱୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେବା ସହ ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କ ଉଚ୍ଚ କୋଟିର ଶିକ୍ଷାଦାନ, କଲେଜର ଶାନ୍ତ ପରିବେଶ, ଉତ୍ତମ ପରିଚାଳନା, ପରିବାରର ସହଯୋଗ ଏବଂ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ପାଇଛୁ ବୋଲି ପ୍ରକାଶ କରିଥିଲେ। ଛାତ୍ରୀ ଅନ୍ବେଷା ଭବିଷ୍ୟତରେ ଭଲ ଶିକ୍ଷୟିତ୍ରୀ ହେବାପାଇଁ ଇଛା ପ୍ରକାଶ କରିଥିବା ବେଳେ ଛାତ୍ର ରିତେଶ ବିଟେକ୍ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଧାରାବାହିକ ଭାବେ ଶିକ୍ଷାନୁଷ୍ଠାନ ଉତ୍ତମ ପରୀକ୍ଷା ଫଳ ସହ  ବ୍ଲକ ଟପର ହେଉଥିବା ଯୋଗୁଁ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ