କ୍ୱାରେଣ୍ଟାଇନ ସେଣ୍ଟରକୁ ବାହାର ଲୋକଙ୍କ ଅବାଧ ପ୍ରବେଶ ସୁରକ୍ଷା ନେଇ ପ୍ରଶ୍ନବାଚୀ

ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ସହିତ ସମଗ୍ର ବିଶ୍ୱ ଏବେ ଲଢ଼େଇ ଜାରି ରଖିଥିବାବେଳେ ଏଥିପାଇଁ ସାମାଜିକ ଦୁରତାକୁ ମୁଖ୍ୟ ଆୟୁଧ କରାଯାଇଛି । ଏଥିପାଇଁ ଲକଡାଉନ, ସର୍ଟଡାଉନ ଭଳି ବଡ ବଡ ପଦକ୍ଷେପ ନିଆଯାଉଛି । ସେହିପରି ପ୍ରବାସୀ ଓଡିଆମାନେ ଏବେ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟର ମାନଙ୍କରେ ସଂଗରୋଧରେ ରହିବାକୁ ଥିବାବେଳେ ସଂଗରୋଧ ନିୟମକୁ ଲୋକମାନେ ମାନୁ ନାହାନ୍ତି । ନିଜ ନିଜ ସମ୍ପର୍କୀୟ ମାନଙ୍କ ପାଇଁ ଖାଦ୍ୟ ପାନୀୟ ଯୋଗାଇବା ସହିତ ସେମାନଙ୍କ ସହିତ ମିଳିମିଶା କରୁଛନ୍ତି । ଏବେ ଅଧିକାଶଂ କରୋନା ଆକ୍ରାନ୍ତ ପ୍ରବାସୀ ଓଡିଆ ହୋଇଥିବାବେଳେ ସେମାନଙ୍କ ଠାରୁ ଦୁରତା ରକ୍ଷା କରିବାକୁ ବାରମ୍ବାର ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଉଛି । କିନ୍ତୁ ଏହି ନିୟମକୁ କେହି ମାନୁ ନଥିବାରୁ କ୍ୱାରେଣ୍ଟାଇନ ସେଣ୍ଟରର କିଛି ମାନେ ନାହିଁଁ ବୋଲି କୁହାଯାଉଛି । ଆଜି ମରୈଗାଁ କ୍ୱାରେଣ୍ଟାଇନ ସେଣ୍ଟରରେ ବାହାର ଲୋକଙ୍କ ଅବାଧ ପ୍ରବେଶକୁ ବିରୋଧ କରିବାରୁ ଦୁଇଜଣଙ୍କ ଭିତରେ ଝଗଡା ହେବାସହ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏପରକି ଖବରପାଇ ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାପରେ ଯାଇ ପରିସ୍ଥିତି ଶାନ୍ତ ପଡିଥିଲା । ଗତ ଚାରିଦିନ ତଳେ ଡଅଁରରେ ମଧ୍ୟ ସମାନ ଅବସ୍ଥା ଯୋଗୁଁ ପୁଲିସ ଦୁଇଜଣଙ୍କ ନାମରେ ମାମଲା ରୁଜୁକରି ସେମାନଙ୍କୁ ଥାନାରେ ଆଣି ଅଟକ ରଖିଥିଲା । ଖାଲି ଏହି ଦୁଇଟି ସ୍ଥାନ ନୁହଁ ଅଧିକାଶଂ କ୍ୱାରେଣ୍ଟାଇନ ସେଣ୍ଟରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଯାହାକୁ ନେଇ ସଂକ୍ରମଣର ଆଶଙ୍କା ସୃଷ୍ଟି ହେବାସହ ସଂକ୍ରମଣକୁ ରୋକିବା କ୍ଷେତ୍ରରେ ଆମେ କେତେଦୁର ସଫଳ ହେବା ସେନଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ବାଲେଶ୍ୱର ଜିଲ୍ଲାରେ କ୍ୱାରେଣ୍ଟାଇନ ସେଣ୍ଟରରେ କାମ କରୁଥିବା ଦୁଇଜଣ କର୍ମଚାରୀ କରୋନା ସଂକ୍ରମଣ ବୋଲି ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । କ୍ୱାରେଣ୍ଟାଇନ ସେଣ୍ଟରରେ କାମ କରୁଥିବା କର୍ମଚାରୀମାନେ ବାହାରେ ଅବାଧ ମିଳାମିଶା କରୁଥିବାରୁ ଅଧିକାଶଂ ଗାଁରେ ଜନବସତି ଅଞ୍ଚଳରେ ଥିବା ସ୍କୁଲ ଗୁଡିକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରା ଯାଉଥିବାବେଳେ ସେଠାରେ ଯଦି ସେହି ଗାଁର ଲୋକମାନେ ଆସି ରହିବେ ସେମାନେ ଗାଁ ଲୋକଙ୍କ ସହିତ ଯେ ନମିଶିବେ ତାହାର କିଏ ଗ୍ୟାରେଣ୍ଟି ଦେବ ତାହାକୁ ନେଇ ପ୍ରଶ୍ନ ଉଠିଛି । ସେହିପରି ସଢ଼ା ପଞ୍ଚାୟତରେ ପ୍ରବାସୀ ମାନଙ୍କୁ ଆଣୁଥିବା ଏକ ଅଟୋର ଚାଳକ ଖୁଲାମ ଖୁଲା ଗାଁ ଲୋକଙ୍କ ସହିତ ମିଳାମିଶା କରୁଥିବାରୁ ଗତକାଲି ଗାଁରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ଆଜିଠାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତର୍କତା ଅବଲମ୍ବନ କଲେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ