କ୍ବାରାଣ୍ଟାଇନ କେନ୍ଦ୍ର ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) ଶୁକ୍ରବାର ପୂର୍ବାହ୍ନରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଅଚାନକ ଆସି କୋଣାର୍କ ଡ଼ାକ୍ତରଖାନା ପରିସରରେ ହୋଇଥିବା କରୋନା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ ।ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ତାଙ୍କ ସହିତ ପୁରୀ ଜିଲ୍ଲା ଏସପି ଉମାଶଙ୍କର ଦାଶ ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ଉପସ୍ଥିତ ରହିଥିଲେ ।ଡ଼ାକ୍ତରଖାନା ରେ ପହଞ୍ଚିବା ପରେ ଜିଲ୍ଲାପାଳ ଗାଡ଼ିରୁ ଓହ୍ଲାଇ ସଙ୍ଗରୋଧ କେନ୍ଦ୍ରର ପରିଚାଳନା ଦାୟିତ୍ବରେ ଥିବା କରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରିଥିଲେ। ମହାମାରୀ କରୋନା ସମୟରେ ପରିବାର ଓ ପିଲାଛୁଆଙ୍କୁ ଛାଡ଼ି ଆସି ସଙ୍ଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଭାବେ ଦାୟିତ୍ବ ତଲାଉଥିବା ଏହି କର୍ମଚାରୀ ମାନଙ୍କୁ ସାଲ୍ୟୁଟ ପ୍ରଦାନ କରି ଜିଲ୍ଲାପାଳ ତାଙ୍କ ମନୋବଳ ବଢ଼ାଇଥିଲେ ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଏସପି କୋଣାର୍କ ଡ଼ାକ୍ତରଖାନାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚି ସେଠାରେ ଥିବା ପ୍ରବାସୀ ମାନଙ୍କ ସହିତ କଥା ହୋଇଥିଲେ ।ସଙ୍ଗେରୋଧ କେନ୍ଦ୍ରର ଆୟୋଜନ ଖାଇବା ପିଇବା,ପରିମଳ ବ୍ୟବସ୍ଥା ସହିତ ସମସ୍ତ ଆନୁସଙ୍ଗିକ ଦିଗ ସଂପର୍କରେ ଜିଲ୍ଲାପାଳ ସଙ୍ଗରୋଧ କେନ୍ଦ୍ରରେ ଥିବା ବ୍ୟକ୍ତି ମାନଙ୍କ ଠାରୁ ପଚାରି ବୁଝିଥିଲେ ।ସଙ୍ଗରୋଧ କେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରସ୍ତୁତି ସଠିକ ଭାବେ କରାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହିତ କରୋନା ମୁକାବିଲା ପାଇଁ ଦିନରାତି ୨୪ ଘଣ୍ଟା ସର୍ତକ ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ