ଓଡିଆ ପୁଅ ପ୍ରଣବ କୁମାର ଦାସ ହେଲେ ଡବ୍ଲୁସିଓର ନିର୍ଦ୍ଦେଶକ

(ଯୁଗାବ୍ଦ ନ୍ୟୁଜ) ବିଶ୍ୱ ସୀମା ଶୁଳ୍କ ସଂଗଠନର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହେଲେ ଓଡିଆ ଆଇ.ଆର.ଏସ ପ୍ରଣବ କୁମାର ଦାସ । ସେ ପ୍ରଥମ ଓଡିଆ ଭାବେ ଡବ୍ଲୁସିଓର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ଏପର୍ଯ୍ୟନ୍ତ ଏହି ପଦବୀ ପାଇଁ ତିନିଜଣ ଭାରତୀୟ ପାର୍ଥୀପତ୍ର ଦାଖଲ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଭାରତୀୟ ନିର୍ବାଚିତ ହୋଇନଥିଲେ । ଚଳିତ ଥର ୟୁକେର ପାର୍ଥୀ ୬୮ଟି ଭୋଟ ପାଇଥିବାବେଳେ ପ୍ରଣବ ୧୦୮ଟି ଭୋଟ ପାଇ ବିଜୟଲାଭ କରିଛନ୍ତି । ସୁଚନାଯୋଗ୍ୟ, । ଗତ ଜାନୁୟାରୀ ମାସଠାରୁ ପ୍ରଣବ କେନ୍ଦ୍ର ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଅଧ୍ୟକ୍ଷ ଭାବେ କାର୍ୟ୍ୟରତ ଅଛନ୍ତି । ଶ୍ରୀ ଦାସ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ଗ୍ରାଜୁଏଟ ହୋଇଥିବା ବେଳେ ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ୟୁନିଭର୍ସିଟିରୁ ପିଜି କରିଥିଲେ।


