ପାଣିରେ ଜଳୁଛି ଦୀପ

ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀକୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର । ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ । ମନ୍ଦିରରେ ଲୋକେ ଘିଅ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଏଠାରେ ଏମିତି ଏକ ଦୀପ ରହିଛି, ଯାହା ଘିଅ କି ତେଲ ନୁହେଁ ବରଂ ପାଣିରେ ଜଳୁଛି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ପ୍ରାରମ୍ଭରୁ ଘଟି ନ ଥିଲା । ଗତ ୫ ବର୍ଷ ପୂର୍ବେ ହଠାତ୍ ମନ୍ଦିରର ପୂଜକଙ୍କୁ ମା’ ପାଣିରେ ଦୀପ ଜାଳିବାକୁ ସ୍ୱପ୍ନାଦେଶ କଲେ । ସକାଳୁ ଉଠି ପୂଜକ କାଳିସିନ୍ଧ ନଦୀରୁ ପାଣି ଆଣି ଦୀପ ଜଳାଇଲେ । ଆଶ୍ଚର୍ଯ୍ୟଜନକ ଭାବେ ଦୀପଟି ସୁରୁଖୁରୁରେ ଜଳିବାକୁ ଲାଗିଲା । ପ୍ରଥମେ ଏହି ଘଟଣା ଉପରେ କେହି ବିଶ୍ୱାସ କରୁ ନ ଥିଲେ । କିନ୍ତୁ ପରେ ସମସ୍ତେ ଦୀପରେ ପାଣି ଦେଇ ଜଳାଇବା ପରେ ତଟସ୍ଥ ହୋଇଗଲେ । ସେବେଠୁ ଆଜିଯାଏ ଏଠାରେ କାଳିସିନ୍ଧ ନଦୀ ଜଳରେ ହିଁ ଦୀପ ଜଳୁଛି । ଘଟଣା ଚାରିଆଡ଼େ ପ୍ରଚାର ହେଲା । ମା’ଙ୍କ ଏହି ଅଦ୍ଭୁତ ମହିମାକୁ ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଆସିବାକୁ ଲାଗିଲେ । ଧୀରେ ଧୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ