୧୦ ପ୍ରବାସୀଙ୍କୁ ଗାଡ଼ି କରି ପଠାଇଲେ ଗାଙ୍ଗପୁର ସ୍ଵେଚ୍ଛାସେବୀ ସଙ୍ଗଠନ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ଲକ୍ ଡ଼ାଉନ୍ ସମୟରେ ବଦାନ୍ୟତା ଦେଖାଇଛନ୍ତି ବେଲଗୁଣ୍ଠI ବ୍ଲକ୍ ର ଗାଙ୍ଗପୁରର ଯୁବ ସ୍ଵେଚ୍ଛାସେବୀ ସଂଗଠନ I ଚେନ୍ନାଇରୁ ସାଇକେଲରେ ବଲାଙ୍ଗୀର ଜିଲ୍ଲା ପୂଇଂତଳାକୁ ଯାଉଥିବା ୧୦ ଜଣ ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ଦେବା ସହ ଗାଡ଼ି ଭଡ଼ା କରି ନିଜ ଗ୍ରାମକୁ ପଠାଇ ଦେଇଛନ୍ତି I ଛଅଟି ସାଇକେଲରେ ୧୦ ଜଣ ପ୍ରବାସୀ ଶୁକ୍ରବାର ରାତ୍ର ନଅ ଘଣ୍ଟ ସମୟରେ ଗାଙ୍ଗପୁର ଦେଇ ଯାଉଥିବା ବେଳେ ଏମାନଙ୍କୁ ଦେଖି ଗାଙ୍ଗପୁରର ସ୍ଵେଚ୍ଛାସେବୀମାନେ ସେମାନଙ୍କର ସମସ୍ୟା ପଚାରି ବୁଝିବା ସହ ଶୁକ୍ରବାର ରାତିରେ ସମସ୍ତଙ୍କୁ ଭାତ ଡାଲମା ଖାଇବାକୁ ଦେଇଥିଲେ ଏବଂ ପୋଲିସ୍ ପ୍ରଶାସନକୁ ଜଣାଇ ସମସ୍ତଙ୍କୁ ନିଜ ଗ୍ରାମକୁ ଗାଡ଼ି ଭଡ଼ା କରି ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ I ସୂଚନା ପ୍ରକାରେ ଚେନ୍ନାଇର ପେପର୍ ମିଲରେ ଶ୍ରମିକ ଭାବେ କାମ କରୁଥିଲେ I କିନ୍ତୁ ଲକ୍ ଡ଼ାଉନ୍ ଯୋଗୁଁ ପେପର୍ ମିଲ ବନ୍ଦ ହୋଇଯିବା କାରଣରୁ ରହିବା ଓ ଖାଇବାରେ ସମସ୍ୟା ଉପୁଜିଥିଲା I ମାଲିକ ତରଫରୁ କୌଣସି ସାହାର୍ଯ୍ୟ ସହଯୋଗ ନ ପାଇବାରୁ ୧୦ ଜଣ ଦଶଟି ସାଇକେଲରେ ଚେନ୍ନାଇରୁ ଗତ ଛଅ ତାରିଖରେ ଓଡ଼ିଶା ଅଭିମୁଖେ ବାହାରିଥିଲେ I ଏଗାର ତାରିଖ ରାତିରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ନିକଟରେ ଏକ ଗଛମୂଳେ ବିଶ୍ରାମ ନେଇଥିବା ବେଳେ କୌଣସି ଦୁର୍ବୃତ୍ତ ଗୋଟିଏ ସାଇକେଲ, ଦୁଇଟି ମୋବାଇଲ୍ ଫୋନ୍ ଓ ସାତ ହଜାର ଟଙ୍କା ଚୋରି କରି ନେଇଥିଲେ I ରାସ୍ତାରେ ଆସୁଥିବା ସମୟରେ ତିନୋଟି ସାଇକେଲ ଖରାପ ହୋଇଯିବାରୁ ଛଅଟି ସାଇକେଲରେ ଜଣେ ଦୁଇ ଜଣ କରି ଦଶ ଜଣ ହୋଇ ତେର ତାରିଖରେ ଓଡ଼ିଶା ପହଞ୍ଚିଲେ I ପନ୍ଦର ତାରିଖରେ ଗାଙ୍ଗପୁର ନିକଟରେ ପହଞ୍ଚିବା ପରେ ଯୁବ ସ୍ଵେଚ୍ଛାସେବୀମାନେ ଏମାନଙ୍କୁ ଶୁଖିଲା ଖାଦ୍ୟ ଦେଇଥିଲେ I କିନ୍ତୁ ପ୍ରବାସୀମାନେ ଦୁଇ ଦିନ ହେଲା ଖାଇ ନଥିବାରୁ ରନ୍ଧା ଖାଦ୍ୟ ଦେବାକୁ ଅନୁରୋଧ କରିଥିଲେ I ରଙ୍କନିଧି ସ୍ଵାଇଁ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଏବଂ ଲଲନ ଶାହାଙ୍କ ନେତୃତ୍ଵରେ ସ୍ଵେଚ୍ଛାସେବୀ ମାନେ ଚାନ୍ଦା କରି ପ୍ରବାସୀମାନଙ୍କୁ ରନ୍ଧା ଖାଦ୍ୟ ଦେବା ସହ ଗାଡ଼ି କରି ନିଜ ଗ୍ରାମକୁ ପଠାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ