ଦୁଇ କରୋନା ଯୋଦ୍ଧା ଙ୍କୁ ସମ୍ନାନୀତ କଲେ ଗାଙ୍ଗପୁର ସରପଞ୍ଚ

ବେଲଗୁଣ୍ଠା, (ଓ୍ବାଇଏନ୍ଏସ୍):କରୋନା ମହାମାରୀ ବଦଳାଇଛି ସମସ୍ତଙ୍କ ଜୀବନଶୈଳୀ ।କର୍ତ୍ତବ୍ୟ ପାଇଁ ନିର୍ଧାରିତ ସମୟ ସୀମା ବି ନାହିଁ ।ଲୋକଙ୍କ ସୁରକ୍ଷାକୁ ଗୁରତ୍ୱ ଦେଇ ବୃଦ୍ଧ,ବୃଦ୍ଧା ବାପା, ମାଁଙ୍କ କଥା ବୁଝିବାକୁ ମିଳୁନାହିଁ ସମୟ ।କେତେବେଳେ ସମୟ ମିଳିଲେ ମୋବାଇଲରେ ସେମାନଙ୍କ ଦୁଃଖସୁଖ ବୁଝିବା ଛଡା ଆଉ କୌଣସି ଉପାୟ ନାହିଁ ।ଏହା ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାର ଥାନଧିକାରୀ ଧିରେଶ କୁମାର ଦାସ ଓ ପ୍ରୋବେସନାଲ୍ ଡି.ଏସ୍.ପି ସଞ୍ଜୟ କୁମାର ମହାପାତ୍ର ।କରୋନାର ସଫଳ ମୁକାବିଲା ଓ ନିଜ ପରିବାର ସହ କିପରି ଯୋଗାଯୋଗ କରୁଛନ୍ତି । ଏତେ ଅଞ୍ଚଳ କଥା ବୁଝି ପରିବାର କଥା ବୁଝିବା ସମୟ ପାଉନଥିବା ପ୍ରକାଶ କରିଛନ୍ତି ।ଏହି ଅବସରରେ ଗାଙ୍ଗପୁର ପଞ୍ଚାୟତ ତରଫରୁ ଶନିବାର ଦିନ ରାତ୍ର ୭.୩୦ମି ସମୟରେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଏହି ଦୁଇ ଯୋଦ୍ଧାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ଉଭୟଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ନାନୀତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଗାଙ୍ଗପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବେଲଗୁଣ୍ଠା ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି,କୋଷାଧ୍ୟକ୍ଷ ପ୍ରଭାତ ସାହୁ,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ଗୋବରା ସାହିତ୍ୟ ଘର ସହସମ୍ପାଦକ ଶିଶିର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ସୋରଡା ବିଜେପି ତରଫରୁ କୋଭିଡ-୧୯ ମୁକାବିଲା ସଂଯୋଜକ ରଞ୍ଜନ ରାଉତ ଓ ଗାଙ୍ଗପୁର ମଣ୍ଡଳ ସଭାପତି ସୁରେନ୍ଦ୍ର ଡାକୁଆ ଦୁଇ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ