ବାଲେଶ୍ବରକୁ ପ୍ରବାସୀଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇଲେ ଜିଲ୍ଲାପାଳ

ଭୁବନେଶ୍ବର : ଆଜି ସନ୍ଧ୍ୟାରୁ ବାଲେଶ୍ବର ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ବାତ୍ୟା ଆମ୍ଫାନ୍‌ ପାଇଁ ୨୦ ତାରିଖ ଯାଏଁ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ବାହାରେ ରହୁଥିବା ତଥା ପ୍ରବାସୀଙ୍କ ଉପରେ କଟକଣା ଲଗାଯାଇଛି । ଫଳରେ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ମାନେ ବର୍ତ୍ତମାନ ବାଲେଶ୍ବରକୁ ଫେରିପାରିବେ ନାହିଁ । ବାତ୍ୟା ଆମ୍ଫାନ୍‌ ପାରାଦୀପର ଦକ୍ଷିଣକୁ ୭୮୦ କିମି ଦୂରରେ ଅଛି ‘ଆମ୍ଫାନ୍‌’ । ମେ’ ୨୦ରେ ଆମ୍ପନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଏହି ସମୟରେ ସତର୍କ ରହିବା ସହିତ ଭୟଭୀତ ନହେବା ପାଇଁ ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ