ସରକାରୀ ଓ ବେସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ସଂଘ ତରଫରୁ ଆମରଣ ଅନଶନ

ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ) : ଶନିବାର ଦିନ ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ୨୦୦୬ରୁ ନିଜର ନ୍ୟାର୍ଯ୍ୟ ଦାବିକୁ ସଫଳ କରିବା ପାଇଁ ବାରମ୍ବାର ଧାରଣା ଓ ରାଲି କରିବା ସତ୍ତେ୍ୱ ସରକାର କେବଳ ପ୍ରତିଶ୍ରୁତି ଦେଇଛନ୍ତି । କେବେ ପ୍ରତିଶ୍ରୁତି ପାଳନ କରିବା ପାଇଁ ଚେଷ୍ଟା କରିନାହାଁନ୍ତି । ଏହା ଏକ ସମ୍ପୂର୍ଣ୍ଣ ମହିଳା ସଂଗଠନ । ରାଜ୍ୟର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ସାରା ଭାରତରେ ପ୍ରସିଦ୍ଧ ମହିଳାମାନଙ୍କୁ ସଶକ୍ତିକରଣ କରିବା ଦିଗରେ ସେ ପ୍ରଥମେ ସାରା ଭାରତରେ ସ୍ୱର ଉତ୍ତୋଳନ କରିଥିଲେ । ହେଲେ ସେହି ମୁଖ୍ୟମନ୍ତ୍ରୀଙ୍କୁ ଆମର ପ୍ରଶ୍ନ ଏହା ଏକ ପ୍ରହସନ ନୁହେଁ ତ? ମହିଳା ସଶକ୍ତିକରଣ କେବଳ ରାଜନୀତିକରଣ ନୁହେଁ ତ? ୨୦୦୬ରୁ ୨୦୧୯ ଦୀଘଁ ୧୩ ବର୍ଷ ହେବ ୧୭ ହଜାରରୁ ଅଧିକ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ନିଜର ଅଧ୍ୟୟନ ଶେଷ କରି ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିବେ କି ଏମାନେ କ’ଣ ମହିଳା ନୁହଁନ୍ତି କି? ଏମାନେ କ’ଣ ସଶକ୍ତିକରଣ ହେବାର ଯୋଗ୍ୟ ନୁହେଁ କି? ମିଡ଼ିଆ ବନ୍ଧୁମାନଙ୍କ ଜରିଆରେ ମୁଁ ରାଜ୍ୟର ମୁଖିଆଙ୍କୁ ଆହ୍ୱାନ ଦେଉଛି ଯଦି ସତ୍ସାହସ ଅଛି ତାହେଲେ ଆମ୍ଭମାନଙ୍କ ସହିତ ଆଲୋଚନା କରନ୍ତୁ, ତର୍କ କରନ୍ତୁ । ତାହାହେଲେ ଓଡ଼ିଶାବାସୀ ଜାଣିପାରିବେ ଯେ, ଆପଣଙ୍କର ମହିଳାମାନଙ୍କୁ ସଶକ୍ତିକରଣ କରିବାରେ ଦୃଢ ଇଚ୍ଛା ଓ ମନୋବଳ ଅଛି । ଯଦି ସରକାର ୩ ତାରିଖ ସୁଦ୍ଧା ଆମର ଏକଦଫା ଦାବି ଯଥା :- ୨୦୦୬ରୁ ୨୦୧୯ ପର୍ଯ୍ୟନ୍ତ ସରାକରୀ ବା ବେସରକାରୀ ତାଲିମ କେନ୍ଦ୍ରରେ ତାଲିମ୍ ଶେଷ କରିଥିବା ସମସ୍ତ ସଭ୍ୟାଙ୍କୁ ସରକାରଙ୍କର ଖାଲି ଥିବା ପଦବୀରେ ନିଯୁକ୍ତି ନ ଦିଆଯାଏ, କୌଣସି ଠୋସ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ୪ ତାରିଖ ଦିନ ପବିତ୍ର ଘୋଷଯାତ୍ରାରେ ନବୀନ ନିବାସ ସମ୍ମୁଖରେ ଆମେ ସମୂହ ଆତ୍ମହୁତି ଦେବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ