ପୋଲିସ୍‌ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର : ଭୁବନେଶ୍ବରର ଜଣେ ପୋଲିସ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । କମିଶନରେଟ୍‌ ପୋଲିସ୍‌ର ଜଣେ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ନେଇ କମିଶନରେଟ ପୋଲିସ୍‌ ପକ୍ଷରୁ ଏନେଇ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପୋଲିସ୍‌ କର୍ମଚାରୀଙ୍କ ବୟସ ୩୬ ବର୍ଷ ବୋଲି ଜଣାପଡିଛି। ତାଙ୍କୁ କୋଭିଡ୍‌ କେୟାରରେ ରଖାଯାଇଛି । ସମ୍ପୃକ୍ତ ୩୬ ବର୍ଷୀୟ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା । ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡୁଛି । ସମ୍ପୃକ୍ତ କର୍ମଚାରୀ ଛୁଟିରୁ ଫେରିବା ପରେ ଟେଷ୍ଟ ହୋଇଥିଲା । ଜଣେ କର୍ମଚାରୀ କରୋନା ଚିହ୍ନଟ ପରେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଘଟଣା ପରେ ଅନ୍ୟ ସବୁ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପ୍ରତି ନିଘା ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ