ଫାଷ୍ଟାଗ ଅଚଳ ଥିଲେ ଦୁଇ ଗୁଣା ଟୋଲ ଟିକସ

ଭୁବନେଶ୍ୱର : ଏଣିକି ଅଚଳ କିମ୍ବା ଅବୈଧ ଫାଷ୍ଟାଗ ଗାଡ଼ିରେ ଲଗାଇ ଗଲେ ଟୋଲ ପ୍ଲାଜା ଫାଟକରେ ଦୁଇଗୁଣ ପଥକର ଦେବାକୁ ପଡ଼ିବ । ଏ ନେଇ କେନ୍ଦ୍ର ସରକାରଙ୍କୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଫାଷ୍ଟାଗ ନଥିବା ଯାନରୁ ଏହି ଦୁଇଗୁଣ ଅର୍ଥ ଆଦାୟ ହେଉଥିଲା । ଏବେ ଅଚଳ ଓ ଅବୈଧ ଫାଷ୍ଟାଗ ପାଇଁ କେନ୍ଦ୍ର ସରକାର ସମାନ ବ୍ୟବସ୍ଥା ଲାଗୁ କରିଛନ୍ତି । ସୂଚନା ଥାଉ କି, ଟୋଲ ପ୍ଲାଜାଗୁଡ଼ିକରେ ଭିଡ କମାଇବା ପାଇଁ ରେଡିଓ ଫ୍ରିକ୍ୱେନ୍ସି ଜରିଆରେ ପଥକର ଆଦାୟ କରିବାକୁ ଗତବର୍ଷ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଫାଷ୍ଟାଗ ବ୍ୟବସ୍ଥା ଗତବର୍ଷ ଡିସେମ୍ବର ପହିଲାରୁ ସାରା ଦେଶରେ କଡ଼ାକଡ଼ି ଲାଗୁ କରାଯାଇଥିଲା । କିନ୍ତୁ ଫାଷ୍ଟାଗ କିଣିବାରେ ସମୟ ଲାଗିବାରୁ ଏହି ଅବଧିକୁ ପ୍ରଥମେ ଡିସେମ୍ବର ୧୫ ତାରିଖ ଓ ପରେ ୨୦୨୦ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସମ୍ପ୍ରସାରିତ କରିଥିଲେ । ଜାନୁଆରି ୧୫ ପରଠାରୁ ସମସ୍ତ ଟୋଲ ପ୍ଲାଜାରେ ଫାଷ୍ଟାଗ ବ୍ୟବସ୍ଥା କଡ଼ାକଡ଼ି ଅନୁଯାୟୀ କୌଣସି ଯାନରେ ଯଦି ଫାଷ୍ଟାଗ ନଥିବ କିମ୍ବା ଅଚଳ ବା ଅବୈଧ ହୋଇଥିବ, ତେବେ ସେଭଳି ଯାନର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ ଫି ଆଦାୟ କରିବାକୁ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ