ବସ ଯୋଗେ ଯାଯାବର ଲୋକଙ୍କୁ ନିଜ ଭିଟା ମାଟିକୁ ପହଞ୍ଚେଇଲା ପ୍ରଶାସନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ଉଦ୍ୟମ କ୍ରମେ ଭଞ୍ଜନଗର ବ୍ଲକ ଡିହପଡାଳ ପଂଚାୟତ ତୁଳସୀପଲ୍ଲୀ ନିକଟରେ ରହୁଥିବା ଛତିଶଗଡ ରାଜ୍ୟର ୨୪ ଜଣଙ୍କୁ ବସ ଯୋଗେ ନିଜ ଭିଟା ମାଟିକୁ ପଠାଯାଇଛି | ଗତକାଲି ଉପଜିଲ୍ଲାପାଳ ରହୁଥିବା ସ୍ଥାନକୁ ଯାଇ ସେମାନଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ | ଆଜି ୧୧ ଘଟିକା ସମୟରେ ବସ ଯୋଗେ ସାଥିରେ କିଛି ଖାଦ୍ୟ ଦେଇ ପଠାଇ ଦେଇଛନ୍ତି | ଉପଜିଲ୍ଲାପାଳ ଙ୍କ ଏପରି ମହାନତାକୁ ଦେଖି ସେମାନେ ପ୍ରଶଂସା କରିବା ସହିତ ଏହିଭଳି ନିରନ୍ତର ପ୍ରୟାଶକୁ ବିଭିନ୍ନ ସହଳରେ ପ୍ରସଂସା ମିଳୁଛି | ସୂଚନା ଯେ. ଭଞ୍ଜନଗର ର ଐତିହାସିକ ପର୍ବ ଠାକୁରାଣୀ ଯାତ୍ରାରେ ଚୁଡି ବ୍ୟବସାୟ କରିବା ଲକ୍ଷ୍ୟ ନେଇ ସୁଦୂର ଛତିଶଗଡ ରୁ ଆସିଥିଲେ | କିନ୍ତୁ କରୋନା ପାଇଁ ସବୁ କିଛି ବନ୍ଦ ହେବା ଯୋଗୁଁ ଆଉ ଫେରିପାରିଲେଣି ୪ପରିବାର | ବହୁତ ଦୁଃଖ କଷ୍ଟରେ ଜୀବନ କାଟୁଥିଲେ ବି ସରକାର ଙ୍କ ତରଫରୁ ରନ୍ଧା ଖାଦ୍ୟ ଦୁଇଥର ଦିଆ ଜାଉଥିଲା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବି ସୁଖିଲା ଖାଦ୍ୟ ଦିଆଜାଉଥିଲା। ଉପଜିଲ୍ଲାପାଳଙ୍କ ସହ ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଫକୀର ମୋହନ ମାଝୀ ଉପସ୍ଥିତ ରହି ଯାଜାବରଙ୍କୁ ଘର ବାହୁଡା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ