ହୋଟେଲ ରୁମରେ ଧଳାରଙ୍ଗର ବେଡସିଟ୍ ବିଛାଯିବାର ରହସ୍ୟ
ବୁଲାବୁଲି କରିବା କାହାକୁ ବା ପସନ୍ଦ ହୁଏନି । ଘର ଠାରୁ ଦୂରରେ କିଛି ସମୟ ନିରୋଳାରେ ବିତାଇବା ପାଇଁ ସମସ୍ତେ ଭ୍ରମଣରେ ଯାଆନ୍ତି । କିନ୍ତୁ ଘରଠୁ ଦୂର ଅନ୍ୟ ଜାଗାରେ ବି ଆମେ ଘର ଭଳି ଶାନ୍ତି ତଥା ପରିଷ୍କାର ପରିଚ୍ଛନ୍ନ ପରିବେଶରେ ରହିବାକୁ ଚାହୁଁ । ସେଥିପାଇଁ ଯେବେ ଆମେ ଭ୍ରମଣ କରିବା ପାଇଁ ବାହାରକୁ ଯାଉ, କୌଣସି ହୋଟେଲ, ଲଜ୍ ବା ପଞ୍ଚ ତାରକା ହୋଟେଲରେ ରହିବା ବ୍ୟବସ୍ଥା କରୁ । ତେବେ ଅଜଣା ଜାଗାରେ ରହିବା ପୂର୍ବରୁ ଆମେ ସେହି ହୋଟେଲ ବିଷୟରେ ଜାଣିବାକୁ ଚାହୁଁ । ଯେପରିକି ହୋଟେଲରେ କ’ଣ କ’ଣ ସୁବିଧା ଅଛି, ହୋଟେଲ ରୁମ କେତେ ବଡ, ରୁମ୍ରେ କେତୋଟି ବେଡ ଅଛି, ୱାଶରୁମ କେମିତି ଅଛି ଇତ୍ୟାଦି ଉପରେ ଆମେ ବିଶେଷ ନଜର ଥାଏ ।
କିନ୍ତୁ ଏହା ବ୍ୟତିତ ଆପଣ ହୋଟେଲ ରୁମ୍ରେ ବିଛାଯାଇଥିବା ବେଡସିଟ୍ ଉପରେ କେବେ ଧ୍ୟାନ ଦେଇଛନ୍ତି । ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଆପଣ କେବେ ଭାବିଛନ୍ତି କି ହୋଟେଲ ରୁମ୍ରେ ଧଳା ରଙ୍ଗର ବେଡସିଟ୍ କାହିଁକି ବିଛାଯାଇଥାଏ? ହୁଏତ ଆପଣ ଜାଣିନଥାଇପାରନ୍ତି କିନ୍ତୁ ଏହା ପଛରେ ଏକ ମୁଖ୍ୟ କାରଣ ଅଛି । ଆସନ୍ତୁ ଆଜି ଆପଣଙ୍କୁ ଏହା ପଛରେ ଥିବା କାରଣ ବିଷୟରେ ଜାଣିବା ପ୍ରଥମ କାରଣ ଏହା ଯେ ଧଳା ରଙ୍ଗ ଦେଖିବାକୁ ବହୁତ ସଫାସୁତୁରା ଲାଗେ । ସେଥିପାଇଁ ଏହି ରଙ୍ଗର ଜିନିଷ ଦେଖିଲେ ମନକୁ ଶାନ୍ତି ମିଳିଥାଏ । ଏହା ବ୍ୟତୀତ ଧଳା ରଙ୍ଗରେ ଯଦି କିଛି ଦାଗ ଲାଗିଯିବ, ତେବେ ହୋଟେଲ ଷ୍ଟାପ୍ ମଇଳା ବେଡସିଟ୍ ଦେଖି ତୁରନ୍ତ ତା’କୁ ବଦଳାଇଥାନ୍ତି ।
ଧଳା ରଙ୍ଗର ବେଡସିଟ୍ ବିଛାଇବା ପଛରେ ମନୋବିଜ୍ଞାନୀ କୁହନ୍ତି ଯେ ହୋଟେଲର ରୁମ୍ ଓ ବିଛଣା ଯେତେ ସଫାସୁତୁରା ଓ ଆରାମଦାୟକ ହେବ