ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଦେବା ଆୟୁଷ୍ମାନ ଭାରତର ସର୍ବୋକ୍ରୃଷ୍ଟ ସୁବିଧା
ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ସଂଖ୍ୟା ଆଜି ୧କୋଟିରେ ପହଞ୍ଚି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷବ୍ୟକ୍ତ କରିଛନ୍ତି । କ୍ରମାଗତ ଭାବେ ଟ୍ୱିଟ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ହିତାଧିକାରୀଙ୍କ ସହ ୧ କୋଟିରେ ପହଞ୍ଚିଥିବାରୁ ପ୍ରତ୍ୟକ ଭାରତବାସୀ ଏଥିପାଇଁ ଗର୍ବିତ । ସେ କହିଛନ୍ତି ଯେ, “ମାତ୍ର ୨ ବର୍ଷରୁ କମ ସମୟ ମଧ୍ୟରେ ଏଭଳି ପଦକ୍ଷେପ ଯୋଗୁ ଅନେକଙ୍କ ଜୀବନରେ ଉନ୍ନତି ଆସିପାରିଛି । ମୁଁ ସମସ୍ତ ହିତାଧିକାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ମଧ୍ୟ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସହ ସଂଶ୍ଳିଷ୍ଟ ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କ ଉଦ୍ୟମ ଯୋଗୁ ଆୟୁଷ୍ମାନ ଭାରତ ଆଜି ବିଶ୍ୱର ବୃହତ ସ୍ୱାସ୍ଥ୍ୟସେବା କାର୍ୟ୍ୟକ୍ରମରେ ପରିଣତ ହୋଇଛି । ବିଶେଷ କରି ଗରିବ ଓ ଅବହେଳିତ ସମେତ ଅନେକ ଭାରତୀୟଙ୍କ ମନରେ ଏହି ପଦକ୍ଷେପ ଆଶାସଂଚାର କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତର ସବୁଠାରୁ ବଡ ସୁବିଧା ହେଉଛି ଏହା ଖୁବ ସହଜରେ ଉପଲବ୍ଧ । ଟ୍ୱିଟ ଯୋଗେ ଏହାର ହିତାଧିକାରୀମାନେ ଯେଉଁଠି ପଞ୍ଜୀକୃତ ହୋଇଥାଆନ୍ତୁ ନା କାହିଁକି ଦେଶର ସବୁ ଜାଗାରୁ ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ଔଷଧପତ୍ର ପାଇପାରିବେ । ଘର ପାଖରେ ପଞ୍ଜୀକୃତ ହୋଇସୁଧା ଦୂରଦୂରାନ୍ତରେ ଥାଇ ମଧ୍ୟ ଏହି ସୁବିଧାରୁ ବଞ୍ଚିତ ହେବେନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ସେ ଆୟୁଷ୍ମାନ ଭାରତର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା ହୋଇପାରୁନାହାନ୍ତି । ତେବେ ସେ ଆୟୁଷ୍ମାନ ଭାରତର ୧କୋଟିତମ ହିତାଧିକାରୀ ମେଘାଳୟର ପୂଜା ଥାପ୍ପାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ।


