ଜଗନ୍ନାଥପ୍ରସାଦ ତହସିଲ ପକ୍ଷରୁ କୋରନା ସଚେତନତା ପଦଯାତ୍ରା

ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ ଓ ଅତିରିକ୍ତ ତହସିଲଦାର ବୈରାଲ ମୁର୍ମୁଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,୫ଟି ରାଜସ୍ୱ ନିରୀକ୍ଷକ,ଅମିନ ମାନେ ପ୍ଲାକଡ଼ ଧରି କୋରନା ସଚେତନତା ପଦଯାତ୍ରା ତହସିଲ କାର୍ଯ୍ୟାଳୟ ଠାରୁ ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରିଥିଲେ। ଅତିରିକ୍ତ ତହସିଲଦାର ବୈରାଲ ମୁର୍ମୁ କୋରନା ସଚେତନତା ବାର୍ତା ଦେଇ କହିଥିଲେ ଯେ ମାସ୍କ ନାହିଁତ ସଉଦା ନାହିଁ, ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷାକରିବେ,ସେହିପରି ଗୁଟଖା,ସିଗାରେଟ ,ପାନ,ବିଡ଼ି ବିକ୍ରି କିମ୍ବା କ୍ରୟ କଲେ ଉଭୟ ଦୋକାନୀ ଓ କ୍ରେତା ଦଣ୍ଡିତ ହେବେ । ସମସ୍ତେ ମାସ୍କ ପିନ୍ଧିବେ ଓ ସାବୁନରେ କିମ୍ବା ହେଣ୍ଡୱ।ସ ରେ ହାତ ଧୋଇବେ ତେବେ ଯାଇ କୋରନା ଭୁତାଣୁ ଠାରୁ ରକ୍ଷାପାଇବା। ଏହି ପଦଯାତ୍ରା ରେ ତହସିଲ କାର୍ଯ୍ୟାଳୟର ଅକ୍ଷୟ ପାତ୍ର, ତ୍ରିଦୀପ୍ତ ତ୍ରିପାଠୀ, ରାମେଶ୍ୱରୀ ପ୍ରଧାନ, ସନ୍ତୋସିନୀ ପରିଚ୍ଛା, ସୀମାଞ୍ଚଳ ମଳିକ,ସଂଜୀବ ମହାନ୍ତି, ଗୋଲକ ବିହାରୀ ମାଝୀ, ଗୋପାଳ ସାହୁ,କୃଷ୍ଣ ପାତ୍ର,ସତ୍ୟନାରାୟଣ ସାହୁ,ରଞ୍ଜନ ବରାଡ଼,ଶୁକ୍ଳ।ବର ବେହେରା ,ସମିତି ସଭ୍ୟ ସୋଭମ ରଥ ଙ୍କ ସମେତ ସମସ୍ତ କର୍ମଚାରୀ କୋରନା ପଦଯାତ୍ରା ରେ ସାମିଲ ହୋଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ