ବିପଦର ବନ୍ଧୁ ସାଜିଲେ ରାଜନଗର ଥାନା ଅଧିକାରୀ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ବିପଦର ବନ୍ଧୁ ସାଜିଲେ ରାଜନଗର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ତପନ କୁମାର ନାୟକ । ସାମୁଦ୍ରିକ ମହାବାତ୍ୟା ଅମ୍ଫାନର ମୁକାବିଲା କରିବାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସମସ୍ତ ସରକାରୀ ଅଧିକାରୀ ଲାଗିପଡିଥିବା ବେଳେ ଥାନା ଠାରୁ ପ୍ରାୟ ୧୦କିଲୋମିଟର ଦ୍ୱର ସାତଭାୟା ବିଛିନ୍ନାଚଂଳକୁ ପାଦରେ ଚାଲି ଚାଲି ବର୍ଷାରେ ଭିଜି ଭିଜି ଯାଇ ପହଁଚିଥିଲେ ଥାନା ଅଧିକାରୀ । ରାଜନଗର ବ୍ଲକର ସେହି ଦୂର୍ଗମ ସାମୁଦ୍ରିକ ଅଚଂଳରୁ ଏକହଜାରରୁ ଉର୍ଦ୍ଧ୍ୱ ବିପନ୍ନ ଲୋକଙ୍କୁ ବୁଝାଇ ସାଙ୍ଗରେ ଆଣି ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳିରେ ଛାଡିଥିଲେ ରାଜନଗର ଥାନା ଅଧିକାରୀ । ନିଜର କର୍ତ୍ତବ୍ୟ ନିଷ୍ଠା ଓ ଲୋକମାନଙ୍କୁ ବିପଦରୁ ରକ୍ଷା କରିବାର ଅଦମ୍ୟ ସାହାସ ତାଙ୍କୁ ପ୍ରୋତ୍ସାହିତ କରିଥିଲା ଏଭଳି କାର୍ଯ୍ୟ କରିବାକୁ । ରାଜନଗର ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରାଚଂଳ ପୋଲିସ ଡିଆଇଜି ଆଶିଷ ସିଂ । ଡିଆଇଜି ସିଂ ରାଜନଗର ଗସ୍ତ ସମୟରେ ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ସୂଚନା ପାଇବା ସହ ନିଜେ ମଧ୍ୟ ଦେଖିଥିଲେ । ସ୍ଥାନୀୟ ଜନସାଧାରଣ ଥାନା ଅଧିକାରୀ ଶ୍ରୀ ନାୟକଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ବଧେଇ ଜଣାଇଥିବା ସୂଚନାମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ