ରେପୋ ରେଟ୍‌ କମାଇଲା ଆରବିଆଇ

ନୂଆଦିଲ୍ଲୀ : କରୋନା ଯୋଗୁଁ ଦେଶର ସ୍ଥିତି ସଂକଟଜନକ ଅବସ୍ଥାରେ ରହିଛି । ଏହା ମଧ୍ୟରେ ଆରବିଆଇ ଆଜି ବଡ ଘୋଷଣା କରିଛନ୍ତି । ରେପୋ ରେଟ୍‌ କମାଇଛି ଆରବିଆଇ । ରେପୋ ରେଟ୍‌କୁ ୪୦ ବେସିସ୍‌ ପଏଣ୍ଟ ହ୍ରାସ ଲାଗି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏବେ ରେପୋ ରେଟ୍‌ ୪.୪%ରୁ ୪%କୁ ହ୍ରାସ ପାଇଛି । ରିଭର୍ସ ରେପୋ ରେଟ୍‌ ୩.୩୫ ପ୍ରତିଶତ ହ୍ରାସ ପାଇଛି । ଏହି ନିୂଆ ନିୟମ ଦ୍ବାରା ବ୍ୟାଙ୍କ ଋଣ ଶସ୍ତା ହେବ ବୋଲି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର । ଇଏମ୍‌ଆଇ ଶସ୍ତା ହେବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ପୁଣି ତିନିମାସ ବ୍ୟାଙ୍କ ଇଏମ୍‌ଆଇ ଘୁଞ୍ଚାଇବାକୁ ଆରବିଆଇ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ଜୁନ୍‌ ୧ରୁ ଅଗଷ୍ଟ ୩୧ ଯାଏଁ ଇଏମ୍‌ଆଇ ଘୁଞ୍ଚାଇବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର । ମାର୍ଚ୍ଚ ୨୭ ରୁ ଘୋଷିତ ତିନି ମାସ କୋହଳ ଅଗଷ୍ଟ ୩୧ ଯାଏଁ ବଳବତ୍ତର ରହିବ । ପୁଣି ତିନି ମାସ କୋହଳ ପାଇଁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆହୋଇଛି । ଅର୍ଥାତ୍‌ ୬ ମାସ ଯାଏ ବ୍ୟାଙ୍କ ଗ୍ରାହକଙ୍କୁ ଇଏମଆଇ ପୈଠ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର। କରୋନା ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇଛି । ଲକ୍‌ ଡାଉନ୍‌ ଯୋଗୁଁ ଆବଶ୍ୟକତା ଓ ଉତ୍ପାଦନ ପ୍ରଭାବିତ ହୋଇଛି । ୬ଟି ବଡ ରାଜ୍ୟରେ ଔଦ୍ୟୋଗିକ ଉତ୍ପାଦନ ଠପ୍‌ ହୋଇଛି। ୨୦୨୦-୨୦୨୧ରେ ଜିଡିପିରେ ନକାରାତ୍ମକ ପ୍ରଭାବ ପଡିବାର ସମ୍ଭାବନା ରହିଛି । ରାଜ୍ୟଗୁଡିକ ଭୋଗୁଥିବା ଆର୍ଥିକ ସଂକଟର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ଓ ଆଗାମୀ ସମୟରେ କରାଯିବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ