ଭିଏଚ୍ପି ତରଫରୁ ସୁବାସ ଚୌହାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ବଜରଙ୍ଗ ଦଳର ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରଚାରକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ବିୟୋଗରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଲିଭର କ୍ୟାନସରରେ ପୀଡିତ ଥିବା ସୁବାସ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ମେ ୯ ତାରିଖ ରାତି ୩ଟା ୫ରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ଜୟଦେବ ପାଠାଗାରରେ ଭିଏଚେପିର ପୁରୀ ବିଭାଗ ସଂପାଦକ ଉମାଶଙ୍କର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରୀୟ ସଂପାଦକ ଗୌରୀ ପ୍ରସାଦ ରଥ, ଓଡିଶା ପୂର୍ବର କାର୍ଯ୍ୟକାରୀ ସଭାପତି ଡ. ନଗେନ କୁମାର ଦେବତା, ବିଜେପି ରାଜ୍ୟ ସଂଗଠନ ସଂପାଦକ ମାନସ କୁମାର ମହାନ୍ତି, ଭାଷ୍କର ତ୍ରିପାଠୀ, ଡ.ପ୍ରଭାତ କୁମାର ବେଉରା, ଆଇନଜୀବୀ ରବି ପଟ୍ଟନାୟକ, ଗୁରୁ ଚରଣ ଜେନା, ଡ. ସଂଜିତ ପଣ୍ଡା, ସଂଯୁକ୍ତା ପଣ୍ଡା, ପଦ୍ମଜା ଦେବତା, ଇଂ ପ୍ରଫୁଲ ମିଶ୍ର, ଚିନ୍ମୟ ଶତପଥି, ହିମାଶୁଂ ପଟ୍ଟନାୟକ, ଶରତ ଚନ୍ଦ୍ର ମିଶ୍ର, ପ୍ରତାପ ଷଡଙ୍ଗୀ, ଲକ୍ଷ୍ମଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସୁବାସ ଚୌହାନଙ୍କ ସ୍ମୃତି ଚାରଣ କରିଥିଲେ । ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି ସମସ୍ତେ ପ୍ରକାଶ କରିଥିଲେ ।


