ଉଦ୍ଧାର ନାବଜାତ ଶିଶୁପୁତ୍ରକୁ ଚାଇଲଡ଼ଲାଇନକୁ ହସ୍ତାନ୍ତର କଲେ ସିଡିପିଓ
ଗଞ୍ଜମ (ଦୁର୍ଗାମାଧବ ପାଣିଗ୍ରାହୀ) ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସ୍ଥିତ ହୁମ୍ମା ହାଟପଡ଼ିଆ ପାଖରୁ ଉଦ୍ଧାର କରାଯାଇଥିବା ନାବଜାତ ଶିଶୁକୁ ସପୋଟଚାଇଲଡ଼ ଲାଇନ (ନିର୍ମାତା) ବ୍ରହ୍ମପୁର ମୁଖ୍ୟ ସର୍ବେଶ୍ୱର ମହାପାତ୍ର ଙ୍କୁ ଗଞ୍ଜାମ ସିଡିପିଓ ସଲୀଳା ପ୍ରଧାନ ହସ୍ତାନ୍ତର କରିଛନ୍ତି । ଅନ୍ୟପଟେ ଆଜି ଶିଶୁର ଖାଦ୍ୟ ନାଲି ଅପରେସନ କରାଯାଇ ଓଉଟ ରେ ଅବଜେରେସନ ରେ ରଖାଯାଇଥିବା ଦେଖାଯାଇଛି । ଗତକାଲି ସନ୍ଧ୍ୟାରେଉକ୍ତ ଶିଶୁପୁତ୍ର କୁପ୍ରଥମେ ସ୍ଥାନୀୟ ଲୋକମାନେ ଦେଖି ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମୋହନ ସାହୁକୁ ଖବର ଦେବା ପରେ ସରପଞ୍ଚ ସାହୁ ସିଡିପିଓ ଙ୍କୁ ଖବର ଦେବା ସହ ସ୍ଥାନୀୟ ଲୋକଙ୍କ ସହ ହୁମ୍ମା ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିଲେ । ପରେ ଗଞ୍ଜମ ସିଡିପିଓ ସଲିଳାପ୍ରଧାନ ହୁମ୍ମା ରେ ପହଞ୍ଚି ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରେ ସପୋଟଚାଇଲଡ଼ ଲାଇନ (ନିର୍ମାତା) ବ୍ରହ୍ମପୁର ହସ୍ତାନ୍ତର କରିଥିଲେ ।ଉକ୍ତ ସମୟ ରେ ସୁପରଭାଇଜର କଳାବତୀ ବେହେରା, ହୁମ୍ମା ସେକ୍ଟର ଅଙ୍ଗନାବାଡ଼ି ଦିଦି ସୁପ୍ରଭା ପଣ୍ଡା, ଆଶାକର୍ମୀ ଆରୁନ୍ଧତୀ ମୁଦୁଲି ଉପସ୍ଥିତ ଥିଲେ। ପରେ ଚାଇଲଡ଼ଲାଇନର ସଂଯୋଜିକ ତପେଇ ସାହୁ, ସଦସ୍ୟ ଏନ.ପ୍ରକାଶ ରେଡି ଉକ୍ତ ଶିଶୁର ଯତ୍ନ ନେଉଥିବା ଦେଖାଯାଇଛି । ଶିଶୁପୁତ୍ର ଟିକୁ କିଏ କୁ ପରିସ୍ଥିତି ରେ ପକେଇ ଚାଲିଗଲା ଜଣାପଡିନାହିଁ ।


