ବଳଦା ରେ ହାତୀପଲଙ୍କ ଉତ୍ପାତ ଘର ଭାଙ୍ଗି ଚାଉଳ ଖାଇଗଲେ ହାତୀପଲ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକ ଚମ୍ପୁଆ ରେଂଜ ଅନ୍ତର୍ଗତ ବଳଦା ପନଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାରଠାରୁ ହାତୀପଲ ଉପଦ୍ରବ ହୋଇ ଉତ୍ପାତ ଚଳାଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ଗୋବର୍ଦ୍ଧନ ଦେହୁରୀ ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହିତ ଘରେ ରଖାଯାଇଥିବା ପ୍ରାୟ ୨ କ୍ୱିନ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ଖାଇଦେଇଥିଲେ । ଏହା ସହ ଘର ଭିତରର ଆସଭାବପତ୍ର ଭାଙ୍ଗି ଚୁରମାର କରିଦେଇଥିଲେ । ହାତୀପଲ ପ୍ରାୟ ୨ ଘନ୍ଟାର ତାଣ୍ଡବ ପରେ ଜଙ୍ଗଲକୁ ଫେରିଯାଇଥିଲେ । ଜଙ୍ଗଲୀ ହାତୀଙ୍କ ଉତ୍ପାତ ଦେଖି ସ୍ଥାନୀୟ ଗ୍ରାମବାସୀ ବାଣ ଫୁଟାଇ ଲାଇଟ୍ ଦେଖାଇ ହାତୀ ଘଉଡାଇଥିଲେ ଏବଂ ଗୋବର୍ଦ୍ଧନ ଦେହୁରୀଙ୍କୁ କ୍ଷତିପୂରଣ ମିଳିବା ନେଇ ଗ୍ରାମବାସୀ ବାମେବାରୀ ବନପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ