ପଶ୍ଚିମବଙ୍ଗରୁ ରେଳ ଚାଲିଲେ ବଢିବ ସଂକ୍ରମଣ, ଆତଙ୍କିତ ଅଂଚଳବାସୀ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲା ଯୋଡା ବ୍ଲକ ଏକ ଶ୍ରମିକ ବହୁଳ ବସ୍ତି ଓ ହଟିଂ ଉପତ୍ୟାକା ଅଟେ । ଏଠାକୁ ବିଭିନ୍ନ ରାଜ୍ୟ ତଥା ଅଂଚଳର ଶ୍ରମିକ ମାନେ ଆସି କାର୍ଯ୍ୟ କରିଥାନ୍ତି । ବିଭିନ୍ନ କାରଣରୁ ଖଣିଖାଦାନ୍ ବନ୍ଦ ହେବା ପରେ ଏ ଅଂଚଳରୁ ବହୁ ଶ୍ରମିକ ବାହାର ଅଂଚଳକୁ କାର୍ଯ୍ୟ କରିବାକୁ ଯାଇଅଛନ୍ତି । ଏହି ଖଣି ଅଂଚଳରେ ଥିବା ହଟିଂ ତଥ ବସ୍ତଗୁଡିକର ପ୍ରତି ଘରେ ୫ ରୁ ୬ ଜଣ ପରିବାର ସଦସ୍ୟ ଏକତ୍ରିତ ରହୁଛନ୍ତି । ଯାହାକି, ଏମାନଙ୍କ ପକ୍ଷେ ସାମାଜିକ ଦୂରତା ରକ୍ଷା କରିବା ଅସମ୍ଭବ ଏବଂ କରିବା ମଧ୍ୟ କଷ୍ଟକର ବ୍ୟାପାର । ଏହି ପରିପ୍ରେକ୍ଷୀରେ ଯଦି ପ୍ରବାସୀ ମାନଙ୍କୁ ପଶ୍ଚିମବଙ୍ଗର କୋଲକାତାଠାରୁ ଯୋଡା ଓ ବଡବିଲ ଆଣିବା ପାଇଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ହୁଏ , ତାହେଲେ ବାହାର ଅଂଚଳରୁ ହଜାର ହଜାର ଲୋକ ଏ ଅଂଚଳକୁ ପ୍ରବେଶ କରିବେଆସିବେ , ଯାହାକି କରୋନା ଭାଇରସ ସଂକ୍ରମଣ ବୃଦ୍ଧି ହେବା ନେଇ ଆଶଙ୍କା ଦେଖା ଦେବ । କାରଣ ଟ୍ରେନ୍ ରେ ଆସୁଥିବା ଯାତ୍ରୀମାନଙ୍କୁ ବଡବିଲ୍ ଷ୍ଟେସନରୁ କ୍ୱାରେନ୍ଟାଇନ୍ ସେନ୍ଟରକୁ ନିଆଯିବ , ହେଲେ ଟ୍ରେନ୍ ଟି ଆସି ବଡବିଲ୍ ଷ୍ଟେସନରେ ପହନଚିବା ପୂର୍ବରୁ ଦୁଇ ତିନୋଟି ସ୍ଥାନରେ ଟ୍ରେନ୍ ର ବେଗ ମନ୍ଥର ହୋଇଥାଏ । ଏହି ମନ୍ଥର ଗତିର ଫାଇଦା ଉଠାଇ ବହୁଯାତ୍ରୀ ସେଠାରେ ଓହ୍ଲାଇ ନିଜ ନିଜ ଘରକୁ ତଥା ନିଜ ଅଂଚଳକୁ ଚାଲି ଚାଲି ଯାଉଥିବା ପୂର୍ବରୁ ନଜର ରହିଛି । ଝାଡଖଣ୍ଡର ନୂଆମୁଣ୍ଡିଠାରେ ମଧ୍ୟ ଟ୍ରେନ୍ ର ଗତି ମନ୍ଥର ହେଉଥିବାରୁ ସେଠାରେ ଯାତ୍ରୀମାନେ ଓହ୍ଲାଇ ଯାଇ ଏକ ଜଙ୍ଗଲ ରାସ୍ତା ଦେଇ ଯୋଡା ଓ ବିଲେଇପଦାରେ ଅବାଧ ପ୍ରବେଶ କରିବେ । ଏହା ସହିତ ବଡବିଲ୍ ଷ୍ଟେସନଟି ଏକ ଖୋଲାମେଲା ଷ୍ଟେସନ । ଏହାର ଚାରି ପାଖରେ ପାଚେରି ମଧ୍ୟ ନାହିଁ । ଏଣୁ ଏହି ଷ୍ଟେସନରେ ଯାତ୍ରୀମାନେ ଓହ୍ଲାଇ ଏଣେ ତେଣେ ଗଳା ବାଟ ଦେଇ ନିଜ ନିଜ ଅଂଚଳକୁ ଚାଲି ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିସ୍ଥଳେ ପ୍ରବାସୀ ଯାତ୍ରୀମାନଙ୍କୁ ଶୃଙ୍ଖଳିତ ନିୟନ୍ତ୍ରଣରେ ରଖି କ୍ୱାରେନ୍ଟାଇନ୍ ସେନ୍ଟରକୁ ନେବା ପ୍ରଶାସନ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଯାତ୍ରୀମାନଙ୍କୁ କଡା ନଜର ମଧ୍ୟରେ କ୍ୱାରେନ୍ଟାଇନ୍ ସେନ୍ଟରକୁ ନ ନିଆଯାଏ , ତେବେ ସେମାନଙ୍କ ଦ୍ୱାରା କରୋନା ଭାଇସର ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଂପାଦକ ସୁଶାନ୍ତ କୁମାର ବାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲକଡାଉନ୍ ର ଅବଧି ଶେଷ ପରେ ଯଦି ବଡବିଲ୍ କୁ ଜନଶତାଦ୍ଦି ଟ୍ରେନ୍ ଚଳାଚଳ ହୁଏ , ତେବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ଯୋଗୁ ଯୋଡା ବଡବିଲ୍ ଖଣି ଅଂଚଳରେ ଭାଇରସ ସଂକ୍ରମଣ ବୃଦ୍ଧି ପାଇବ । ଆଜି ପର୍ଯ୍ୟନ୍ତ ଯୋଡା ବ୍ଲକର ବଡବିଲ ଠାରେ ପଶ୍ଚିମବଙ୍ଗରୁ ଆସିଥିବା ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ବସ୍ ଟ୍ରେନ୍ ଚଳାଚଳ ଯୋଗୁ ସଂକ୍ରମଣର ମାତ୍ରା ବହୁ ଗୁଣ ବୃଦ୍ଧି ପାଇବ । ଏଣୁ ବଡବିଲ୍ କୁ ବର୍ତମାନ ଟ୍ରେନ୍ ଚଳାଚଳ ନକରିବା ପାଇଁ ସେ ଦାବି କରିଛନ୍ତି । ଏହିପରି ଯୋଡା ଅଂଚଳର ବରିଷ୍ଠ ନାଗରିକ ସୋମନାଥ ମହାନ୍ତି, ଜୁରୁଡିର ସୁର ମହାନ୍ତି, ଯୁବ ସଂଗଠକ ମାନସ ଦାସ, ସୁବାଷ ସେନ୍ ଗୁପ୍ତା, ପ୍ରଭା ରାଉତ ପ୍ରମୁଖ ପ୍ରତିକକ୍ରିୟାରେ କହିଛନ୍ତି ଯେ, ଲକଡାଉନ୍ ନିୟମର କଡାକଡି ପାଳନ ହେତୁ , ଯୋଡା ବ୍ଲକ ଅଂଚଳର ବଡବିଲଠାରେ ବାହାର ରାଜ୍ୟରୁ ଆସିଥିବା ଜଣେ ମାତ୍ର କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଯୋଡା ପୌରପାଳିକା ଅଂଚଳ ସଂକ୍ରମଣ ମୁକ୍ତ ରହିଛି । ପଶ୍ଚିମବଙ୍ଗର ପରିସ୍ଥିତିକୁ ଦେଖି ଭୟଭୀତ ହେବା ସ୍ୱଭାବିକ୍ । ଯୋଡା ବଡବିଲ ଅଂଚଳରେ ଥିବା ଶ୍ରମିକ ବସ୍ତି ଓ ହଟିଂ ଗୁଡିକର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ଓ ଏହି ବସ୍ତି ଓ ହଟିଂ ଗୁଡିକରେ ଶହ ଶହ ସଂଖ୍ୟାରେ ଅତି ଗରିବ ଶ୍ରେଣୀର ଖଣି ଶ୍ରମିକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଶ୍ରମିକ, ପରିବହନ ଟ୍ରକରେ ନିୟୋଜିତ ଥିବା ଡ୍ରାଇଭର ଖଲାସି ମାନେ ରୁହନ୍ତି । ବାହାର ରାଜ୍ୟରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ବହୁ ଅଧିକ ଥିବାରୁ ଆଗାମୀ ୧ ତାରିଖରୁ ଆରମ୍ଭ ରେଳ ଚଳାଚଳ ଏହା ଉପରେ ପ୍ରଭାବ ପକାଇବା ବୋଲି ସେମାନେ କହିଛନ୍ତି । ଏଣୁ ଏହି ରେଳ ଚଳାଚଳକୁ ସାମୟିକ ସ୍ଥଗିତ କରିବା ପାଇଁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ