ଆୱାର୍ଡ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ଭାଇରସ ବର୍ତ୍ତମାନ ଓଡିଶା ରେ କାୟା ବିସ୍ତାର କରିବାକୁ ଲାଗିଲାଣି।ବର୍ତ୍ତମାନ କିଛି ଦିନ ମଧ୍ୟରେ ସଂକ୍ରମଣ ର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି।ପ୍ରାୟ ଦୁଇ ମାସ ଧରି ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ହେବାରୁ ଗରିବ ଅସହାୟ ନିଃସହାୟ ଲୋକମାନଙ୍କ ର ଖାଦ୍ୟ ଅଭାବ ଜନିତ ସମସ୍ୟା ଉପୁଜିବା ଆରମ୍ଭ ହୋଇଛି। ଏହି ପରିପ୍ରକ୍ଷିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ସ୍ବେଛାସେବୀ ଅନୁଷ୍ଠାନ ଆୱାର୍ଡ ପକ୍ଷରୁ ବାଲିଗୁଡା ବ୍ଳକର ଵାଟଗୁଡ଼ା, ପରମପଙ୍ଗା, ଦଡ଼କଙ୍ଗିଆ, ଓ ମିଡ଼ିଆ କିଆ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମବାସୀ, ଅନାଥ,ଓ ସ୍କୁଲ ପିଲା ମାନଙ୍କୁ ଅନୁଷ୍ଠାନର ପ୍ରୋଜେକ୍ଟ କୋ-ଅଡିନେଟର ଆନ୍ଦ୍ରିୟ ଡିଗାଲ, ଓ ସୁଶିଳା ମଳିକ ଙ୍କ ନେତୃତ୍ୱରେ ଉକ୍ତ ପଞ୍ଚାୟତ ଗୁଡିକରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି l ଏଥି ସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହ ସଫା ସୁତରା ରହିବା,ହାତ ଧୋଇବା, ସାମାଜିକ ଦୁରତା ବଜାଇ ରଖିବା,ବାହାରୁ ଆସୁଥିବା ଲୋକମାନଙ୍କୁ ପଞ୍ଚାୟତରେ ସଂଗରୋଧ କେନ୍ଦ୍ର ରେ ରହିବାକୁ ପ୍ରବତ୍ତାଇବେ।କରୋନା କୁ ଗାଁ ରେ ପୁରାଇ ଦେବେନାହିଁ ବୋଲି ଗାଁ ମାନଙ୍କ ରେ ଶପଥ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଲକ ଡାଉନ ଶେଷ ହେବା ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଶ୍ରୀ ଦିଗାଲ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ