ବିମାନରେ ଏକୁଟିଆ ଆସିଲା ୫ ବର୍ଷର ଶିଶୁ

ବେଙ୍ଗାଲୁରୁ : ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ୫ ବର୍ଷର ଶିଶୁ ଆସି ପହଞ୍ଚିଥିଲା । ତେବେ ଶିଶୁ ସହ ତାର ବାପା ମା କି ଅନ୍ୟ କେହି ସମ୍ପର୍କୀୟ ନଥିଲେ । ସେ ଏକାକୀ ନୂଆଦିଲ୍ଲୀରୁ ବେଙ୍ଗାଲୁରୁକୁ ବିମାନରେ ଆସିଥିଲା । ୩ ମାସ ଧରି ନିଜ ମା’ଠାରୁ ଦୂରେଇ ରହିଥିବା ଏହି ଶିଶୁର ନାମ ବିହାନ୍‍ ଶର୍ମା । ସରକାର ବିମାନ ଚଳାଚଳ ପାଇଁ ଅନୁମତି ଦେବା ପରେ ବିହାନ ଏକାକୀ ଦିଲ୍ଲୀରୁ ବେଙ୍ଗାଲୁରୁକୁ ଆସିଛି । ବିମାନ ବନ୍ଦରରେ ଓହ୍ଲାଇବା ପରେ ବିହାନର ମା’ ତାକୁ କୋଳେଇ ନେଇଥିଲେ । ଉଭୟ ବିହାନ ଏବଂ ତାଙ୍କ ମା’ପରସ୍ପରକୁ ୩ ମାସ ପରେ ଦେଖିବା ପରେ ଖୁବ୍‍ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକ ସରକାର କହିଛନ୍ତି, ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଠଡୁ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରୁ ଫେରୁଥିବା ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ଏବଂ ଏହାର ଖର୍ଚ୍ଚ ନିଜେ ଯାତ୍ରୀଙ୍କୁ ବହନ କରିବାକୁ ପଡ଼ିବ । ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‍ ବୟସର ଶିଶୁ ହୋମ୍‍ କ୍ୱାରେଣ୍ଟିନରେ ରହିପାରିବେ ବୋଲି ସରକାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ